www.samajalive.in
Sunday, December 7, 2025
26.1 C
Bhubaneswar

ସୀମା ଟପିଲେ ସ୍ୱାମୀ: ବିଷ ପିଇ ଜୀବନ ହାରିଲେ ସ୍ତ୍ରୀ

ନୀଳଗିରି: ସ୍ତ୍ରୀ ଓ ଦୁଇ ପୁଅକୁ ନିର୍ଦ୍ଦୁମ ପିଟିବା ପରେ ଅସହ୍ୟ ଯନ୍ତ୍ରଣା ଦେଉଥିଲେ ସ୍ୱାମୀ । ସ୍ୱାମୀର ଏଭଳି ଅକଥନୀୟ ନିର୍ଯାତନା ସହିନପାରି ଶେଷରେ ବିଷ ପିଇ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଅମାନବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଧୀନ ଅଳସୁଆ ଗାଁରେ । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁର ସୁମନ୍ତ ବେହେରା(୪୫) କିଛିବର୍ଷ ପୂର୍ବେ ନୀଳଗିରି ଥାନା ବାଉଁଶବଣିଆ ଗାଁରେ ଘର କରି ରହି ଆସୁଥିଲା । ବାଉଁଶବଣିଆ ଛକରେ ଏକ ଷ୍ଟୁଡ଼ିଓ କରି ପରିବାର ପ୍ରତିପୋଷଣ କରିବାବେଳେ ଦୈନନ୍ଦିନ ସ୍ତ୍ରୀ ବବିତା (୩୮) ଓ ଦୁଇ ପୁଅଙ୍କୁ ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଗତ ଶନିବାର ରାତିରେ ସେ ଷ୍ଟୁଡ଼ିଓରୁ ଆସିବା ପରେ ଘର ବାହାରେ ସ୍ତ୍ରୀକୁ ଡାକିଥିଲେ ହେଁ କବାଟ ଖୋଲିବାରେ ସ୍ତ୍ରୀ ବିଳମ୍ବ କରିବାରୁ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ପୁଅ ଦୁଇଟିକୁ ମଧ୍ୟ ଘୋଷାଡ଼ି ପିଟିଥିବା ଅଭିଯୋଗ ହୋଇଛି । ବାରମ୍ବାର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ମହିଳା ଜଣକ ଗତକାଲି ବିଷ ପିଇ ଦେଇଥିଲେ । ପଡ଼ୋଶୀ ତାଙ୍କୁ ପ୍ରଥମେ ନୀଳଗିରି ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରୁ ପୁଣି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ବାଉଁଶବଣିଆରେ ମହିଳାଙ୍କ ମରଶରୀର ପହଞ୍ଚିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ନିଷ୍ଠୁର ସ୍ୱାମୀକୁ ଧରିବାକୁ ସହସ୍ରାଧିକ ଗାଁଲୋକେ ମେଳି କରିଥିବା ବେଳେ ସେ ଫେରାର ଅଛନ୍ତି । ଖବରପାଇ ମହିଳାଙ୍କ ବାପଘର ଲୋକେ ଭଦ୍ରକ ଜିଲା ବାସୁଦେବପୁର ନିକଟ ମନ୍ଦାରିରୁ ଆସି ପହଞ୍ଚିଛନ୍ତି । ସେହିପରି ଉତ୍ତେଜନା ଖବରପାଇ ନୀଳଗିରି ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories