www.samajalive.in
Tuesday, December 9, 2025
15.1 C
Bhubaneswar

ଜଳନ୍ଧରରେ ୧୦୬ତମ ଭାରତୀୟ ବିଜ୍ଞାନ କଂଗ୍ରେସ : ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ବିଜ୍ଞାନ କଂଗ୍ରେସ ଗୁରୁବାରଠାରୁ ପଞ୍ଜାବର ଜଳନ୍ଧରଠାରେ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ କଂଗ୍ରେସ ଅଧିବେଶନକୁ ଉଦ୍‍ଘାଟନ କରିବେ। ଏହା ହେବ ବିଜ୍ଞାନ କଂଗ୍ରେସର ୧୦୬ତମ ସଂସ୍କରଣ। ଏଥର ମୁଖ୍ୟ ବିଷୟବସ୍ତୁ ରହିଛି ‘ଭବିଷ୍ୟତ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସେ ୫ମ ଥର ପାଇଁ ବିଜ୍ଞାନ କଂଗ୍ରେସ ଅଧିବେଶନରେ ଉଦବୋଧନ ଦେବେ।
ଏକ ସରକାରୀ ଇସ୍ତାହାର ଅନୁସାରେ ପ୍ରଧାନମନ୍ତ୍ରୀ ଏହି ଅଧିବେଶନରେ ଯୋଗଦେଉଥିବା ପ୍ରାୟ ୩୦ ହଜାର ପ୍ରତିନିଧିଙ୍କୁ ଉଦ୍‍ବୋଧନ ଦେବେ। ଏଥିରେ ଦେଶବି ଦେଶର ନୋବେଲ୍‍ ପୁରସ୍କାର ବିଜେତା, ପ୍ରତିଷ୍ଠିତ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଯୁବ ଗବେଷକ ଓ ସ୍କୁଲ୍‍ କଲେଜ ଛାତ୍ରଛାତ୍ରୀ ଯୋଗଦେବେ। ୫ଦିନିଆ ଏହି ଅଧିବେଶନ କାଳରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଏକଶହରୁ ଅଧିକ ସମ୍ମିଳନୀ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା, ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ, ବିଶ୍ୱବିଦ୍ୟାଳୟ ମଞ୍ଜୁୁରୀ ଆୟୋଗ, ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ ପ୍ରତିନିଧି ତଥା ଦେଶବିଦେଶର ବହୁ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories