www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍ତରପ୍ରଦେଶରେ ଗୋ ସମ୍ପଦ ସୁରକ୍ଷା ପାଇଁ ସେସ୍‍

ଆହ୍ଲାବାଦ୍‍: ଗୋସମ୍ପଦର ସୁରକ୍ଷା ପାଇଁ ଉତ୍ତରପ୍ରଦେଶର ସମସ୍ତ ପୌରାଞ୍ଚଳରେ ‘ଗୋବଂଶ ଆଶ୍ରୟ ଆସ୍ଥଳ’ ପ୍ରତିଷ୍ଠା କରାଯିବ। ଏହାର ପରିଚାଳନା ପାଇଁ କାଓ ସେସ୍‍ ବା ଗୋ ସେସ୍‍ କାର୍ଯ୍ୟକାରୀ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏ ସମ୍ପର୍କିତ ଯୋଜନାକୁ ଅନୁମୋଦନ ମିଳିଛି।
ଉତ୍ତରପ୍ରଦେଶ ସରକାରୀ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ପଞ୍ଚାୟତରୁ ଆରମ୍ଭ କରି ମହାନଗର ନିଗମରେ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯିବ। ପ୍ରତି ଜିଲ୍ଲାସ୍ତରରେ ଏକ ହଜାର ଗୋରୁ ରହି ପାରିବା ଭଳି ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏଥିପାଇଁ ଅବକାରୀ ଶୁଳ୍କ, ମଣ୍ଡି ପରିଷଦ, ଲାଭକାରୀ କମ୍ପାନୀ ଓ ଅନ୍ୟାନ୍ୟ ସଂସ୍ଥାର ଲାଭାଂଶ ଉପରେ ୨% ଗୋ କଲ୍ୟାଣ ସେସ୍‍ ଲାଗୁ କରାଯିବ। ଗୋ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ କ୍ଷତିପୂରଣ ଦେବା ପାଇଁ ମଧ୍ୟ କ୍ୟାବିନେଟ୍‍ରେ ମଞ୍ଜୁରୀ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories