www.samajalive.in
Sunday, December 7, 2025
13.1 C
Bhubaneswar

ଜାପାନରେ ଦିନକୁ ଥରେ ହସିବା ବାଧ୍ୟତାମୂଳକ

ଟୋକିଓ : ଜାପାନ ସରକାର ଦେଶବାସୀ ଦିନକୁ ଥରେ ଜୋର୍‌ରେ ହସିବା ବାଧ୍ୟତାମୂଳକ କରିଛନ୍ତି। ଶାରୀରିକ ଏବଂ ମନସ୍ତାତ୍ତ୍ବିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଜାପାନର ୟାମାଗାତା ଅଞ୍ଚଳରେ ଏହାକୁ ପ୍ରଥମେ ଲାଗୁ କରାଯାଇଛି। ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଚଳିତ ମାସ ୫ ତାରିଖରେ ଅଣାଯାଇଥିଲା। ପ୍ରାଦେଶିକ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ମିଳିବା ପରେ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଜାପାନର ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଜୋର୍‌ରେ ହସିବାର ଆବଶ୍ୟକତା ରହିଛି। ଏହାଦ୍ବାରା ତାଙ୍କର ଶାରୀରିକ ଏବଂ ମନସ୍ତାତ୍ତ୍ବିକ ସ୍ତର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଜଣେ ଯେତେ ଅଧିକ ଥର ହସିବେ ତାହାଦ୍ବାରା ତାଙ୍କଠାରେ କାର୍ଡିଓଭାସ୍କୁଲାର ରୋଗ ଆଶଙ୍କା ହ୍ରାସ ପାଇବ ବୋଲି ଜର୍ଣ୍ଣାଲ ଅଫ ଏପିଡେମିଓଲୋଜିରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି। ୟାମାଗାତା ୟୁନିଭରସିଟିର ଫାକଲଟି ଅଫ ମେଡିସିନର ଗବେଷକ ଦଳଙ୍କ ଦ୍ବାରା ଏହି ଲେଖା ପ୍ରସ୍ତୁତ କରାଯାଇଛି। ନିଯୁକ୍ତିଦାତାଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏକ ଆନନ୍ଦପୂର୍ଣ୍ଣ ଏବଂ ହସଖୁସି ଭରା କାର‌୍ୟ୍ୟ ପରିବେଶ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି।

ଇସ୍ରାଏଲ ଆକ୍ରମଣରେ ହମାସ୍‌କୁ ଶକ୍ତ ଧକ୍କା, ୧୫୦ ଆତଙ୍କବାଦୀ ମୃତ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories