www.samajalive.in
Tuesday, December 9, 2025
16.1 C
Bhubaneswar

ହେରାପଞ୍ଚମୀ ପାଳିତ, ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ହୋଇଥିବା ରଥଯାତ୍ରାର ଚତୁର୍ଥ ଦିବସରେ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଓ ହେରାପଞ୍ଚମୀ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ତିନି ଦିଅଁ ମାଉସୀ ମା ବା ଗୁଣ୍ଡିଚା ମନ୍ଦିରରେ ରହି ଶ୍ରୀ ଜଗନ୍ନାଥ ମତ୍ସ୍ୟ, କଚ୍ଛପ, ବରାହ ଅବତାର ପରେ ଆଜି ହେରାପଞ୍ଚମୀ ଅବସରରେ ନୃସିଂହ ଅବତାର ଧାରଣ କରିଛନ୍ତି। ସେବାୟତ ମାନେ ସକାଳୁ ରୀତିନୀତି ଅନୁଯାୟୀ ଧୂପ ଦୀପ, ମଙ୍ଗଳ ଆଳତି କରି ଶ୍ରୀ ଜୀଉଙ୍କୁ ବଳଭଦ୍ର, ସୁଭଦ୍ରା, ପତିତପାବନଙ୍କୁ ସୁସଜିତ କରିବା ପରେ ଜଗନ୍ନାଥଙ୍କୁ ନୃସିଂହ ଅବତାରରେ ସୁସଜିତ କରିଥିଲେ। ନୈବେଦ୍ୟ, ଧୂପଦୀପ କରିବା ପରେ ଦୁଆର ଫିଟାଯାଇଥିଲା। ଏ ଅବସରରେ ସନ୍ଧ୍ୟାରେ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସି ଶ୍ରୀ ଜଗନ୍ନାଥଙ୍କ ସହ ବଚନୀକା ମଧ୍ୟରେ କଳି କରି ରଥ ଭାଙ୍ଗି ବଡ ପଣ୍ଡା ବାପିନ କୁମାର ମିଶ୍ର (ଲାରା)ଙ୍କୁ ଏକ ଖମ୍ବରେ ବାନ୍ଧି ରାଗରେ ପୁଣି ଶ୍ରୀ ମନ୍ଦିରକୁ ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି।ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories