www.samajalive.in
Sunday, December 7, 2025
26.1 C
Bhubaneswar

ସ୍ତ୍ରୀକୁ ତୀର ମାଡ଼ ଘଟଣାରେ ସ୍ୱାମୀ ଗିରଫ

ପାଟଣା: ସ୍ୱାମୀଙ୍କ ସହ ମନୋମାଳିନ୍ୟ କାରଣରୁ ବାପଘର ପାଟଣା ଥାନା ଅନ୍ତର୍ଗତ ହରିଡାଗୋଠ ଗ୍ରାମରେ ରହୁଥିବା ପତ୍ନୀ ସଜନୀ ମୁଣ୍ଡାଙ୍କୁ ତୀର ମାଡ଼ କରି ଗୁରୁତର କରିଥିବା ସ୍ୱାମୀ ହରିଚନ୍ଦନପୁର ବ୍ଲକ ହାତୀକୁଚା ଗ୍ରାମର ବିଶ୍ଵନାଥ ମୁଣ୍ଡା (୩୬)କୁ ଆଜି ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୫ ତାରିଖ ବିଶ୍ଵନାଥ ହରିଡାଗୋଠରେ ପହଞ୍ଚି ଏହି କାଣ୍ଡ କରିବା ପରେ ସଜନୀ ମୁଣ୍ଡାଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କଟକ ବଡ ଡ଼ାକ୍ତରଖାନା କରାଯାଇଥିଲା। ସେ ଏବେ ବିପଦ ମୁକ୍ତ ଅଛନ୍ତି। ପାଟଣା ପୁଲିସ ଘଟଣା ଦିନ ଧନୁ ସହ ୩ଟି ତୀର ଜବତ କରିଥିବା ବେଳେ ଥାନା ମାମଲା ସଂଖ୍ୟା ୨୫୪/୨୦୨୪ ମୂଳେ ଆଜି ଭାରତୀୟ ଆଇନ ୮୫/୧୧୮(୧) ଓ ୧୦୯(୧)ରେ ବିଶ୍ଵନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories