www.samajalive.in
Tuesday, December 9, 2025
23.1 C
Bhubaneswar

ଛାତ୍ର କଂଗ୍ରେସ ପକ୍ଷରୁ ରାଜନଗର ବିଧାୟକଙ୍କ ସରକାରୀ ବାସଭବନ ଘେରାଉ

ଭୁବନେଶ୍ୱର : ରାଜଗନର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିତରକନିକା ଅଭୟାରଣ୍ୟ ପରିସୀମା ମଧ୍ୟରେ ବାଙ୍କୁଆଳ ମୌଜା ଜଙ୍ଗଲ ଜମିକୁ ଜବର ଦଖଲ କରି ଯେଉଁ ସ୍ୱାଦ ହୋଟେଲ କରାଯାଇଛି, ସେଥିରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସମ୍ପୃକ୍ତି ରହିଛି । ଏହି ସ୍ୱାଦ ହୋଟେଲରେ ମଧ୍ୟ ଅନୈତିକ କାର୍ଯ୍ୟ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ବିଶେଷକରି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏବଂ ପ୍ରତାପ ଜେନାଙ୍କ ପୁତ୍ର ମଧ୍ୟ ଏହି ହୋଟେଲକୁ ବାରମ୍ବାର ଗସ୍ତ କରୁଥିବା ଅଭିଯୋଗ ମଧ୍ୟ ହୋଇଛି ।  ସୁତରାଂ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଅପରାହ୍ନରେ ଭୁବନେଶ୍ୱର ୟୁନିଟ୍‌-୪ସ୍ଥିତ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରାଯାଇ ଶ୍ରୀ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ଘେରାଉର ନେତୃତ୍ୱ ନେଇଥିଲେ କେନ୍ଦ୍ରପଡ଼ା ଜିଲା ଛାତ୍ର କଂଗ୍ରେସ ସଭାପତି ବିଭୂ ପ୍ରସାଦ ଜେନା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଭୂ ପ୍ରସାଦ ଜେନାଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ବଜାରରେ ରାଜନଗର ବିଧାୟକଙ୍କ ଏତାଦୃଶ କାର୍ଯ୍ୟ ବିରୁଦ୍ଧରେ ବିକ୍ଷୋଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । ମାତ୍ର ରାଜନଗର ବିଧାୟକ ସେଠାକୁ ତାଙ୍କର ଶହ ଶହ କର୍ମୀମାନଙ୍କୁ ପଠାଇଥିଲେ ଏବଂ ସେମାନେ ବିଭୂ ପ୍ରସାଦ ଜେନାଙ୍କୁ ବିକ୍ଷୋଭ ନ କରିବା ପାଇଁ ଧମକ ଦେଇଥିଲେ । ଯଦି ବିକ୍ଷୋଭ କରାଯିବ, ତେବେ ତାଙ୍କ ଆକ୍ରମଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ସେହିଦିନ ରାତିରେ ବିଭୂ ପ୍ରସାଦ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ପୋଲିସ ପ୍ରଶାସନକୁ ଏହି ବିକ୍ଷୋଭ ସମ୍ପର୍କରେ ଜଣାଇଲା ପରେ ମଧ୍ୟ ପୋଲିସ୍‌ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ବରଂ ପଟ୍ଟାମୁଣ୍ଡାଇ ବଜାରରେ ପୋଲିସ୍‌ ଉପସ୍ଥିତିରେ ଶ୍ରୀ ସାହୁଙ୍କ କର୍ମୀମାନେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲେ ।

- Advertisement -

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଧ୍ରୁବ ସାହୁଙ୍କ ବିରୁଦ୍ଧରେ ଆନ୍ଦୋଳନ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ମହମ୍ମଦ ଗୁଲଫାମ, ମିର୍ଜା ଇସଲାବ ବେଗ, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories