www.samajalive.in
Sunday, December 7, 2025
14.1 C
Bhubaneswar

ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଓ ଅଷ୍ଟ୍ରିଆ ଏକମତ

ଡେସ୍କ: ଅଷ୍ଟ୍ରିଆର ଚାନ୍ସେଲରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୪୧ ବର୍ଷ ପରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ମଧ୍ୟ ଖୁସିର କଥା ଯେ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ୭୫ ବର୍ଷ ପୂରିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗଣତନ୍ତ୍ର ଏବଂ ଆଇନର ଶାସନ ଭଳି ମୂଲ୍ୟବୋଧ ଉପରେ ମିଳିତ ବିଶ୍ୱାସ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କର ମଜଭୁତ ଭିତ୍ତିଭୂମି ବୋଲି କହିଛନ୍ତି। ଭାରତ ଏବଂ ଅଷ୍ଟ୍ରିଆ ଅର୍ଥନୈତିକ ସହଯୋଗ ଓ ନିବେଶ ସମେତ ଭିତ୍ତିଭୂମି ବିକାଶ, ଉଦ୍ଭାବନ, ଅକ୍ଷୟ ଶକ୍ତି, ଉଦଜାନ, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ ଆଦି କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟକୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବେ। ଉଭୟ ଦେଶର ଯୁବଶକ୍ତି ଓ ଚିନ୍ତାଧାରାକୁ ଯୋଡ଼ିବା ପାଇଁ ଷ୍ଟାର୍ଟଅପ୍ ସେତୁକୁ ତ୍ୱରାନ୍ୱିତ କରାଯିବ।

- Advertisement -

ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତ ଓ ଅଷ୍ଟ୍ରିଆ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥି ପାଇଁ ସମସ୍ତେ ମିଳିମିଶି ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନ ଏବଂ ମାନବିକତା ସମ୍ମୁଖୀନ ହେଉଥିବା ଆତଙ୍କବାଦ ଭଳି ଆହ୍ୱାନ ସମେତ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଜୈବ ଇନ୍ଧନ ମେଣ୍ଟ ଭଳି ପଦକ୍ଷେପରେ ସାମିଲ ହେବା ପାଇଁ ଅଷ୍ଟ୍ରିଆକୁ ନିମନ୍ତ୍ରଣ କରିଛନ୍ତି। ଏହି ଆଲୋଚନାରେ ଉଭୟ ଦେଶ ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories