www.samajalive.in
Sunday, December 7, 2025
23.1 C
Bhubaneswar

ପୋତି ହୋଇ ପଡୁଛି ମହାନଦୀ: ହ୍ରାସ ପାଉଛି ଜଳପ୍ରବାହ, ଲୁପ୍ତ ପ୍ରାୟ ମତ୍ସ୍ୟ ସମ୍ପଦ

ବୌଦ୍ଧ: ମହାନଦୀରେ ଦିନକୁ ଦିନ ଜଳପ୍ରବାହ କମି ଆସୁଥିବା ବେଳେ ନଦୀପଠା ପୋତି ହେବାକୁ ଲାଗିଛି। ଦିନେ ମହାନଦୀର ମାଛ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାଛ ବଜାରରେ କେବଳ ପୋଖରୀ ମାଛ ଓ ଅନ୍ୟ ରାଜ୍ୟରୁ ଆମଦାନୀ ବରଫ ମାଛ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବୌଦ୍ଧ ଜିଲାର ମତ୍ସ୍ୟଜୀବୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଛି। ଜଳବାୟୁ ପରିବର୍ତ୍ତନ ସହିତ ବିଷକ୍ରିୟା ଯୋଗୁଁ ଲୁପ୍ତପ୍ରାୟ ବିଭିନ୍ନ ପ୍ରଜାତିର ନଦୀ ମାଛ। ଏକଦା ମହାନଦୀ ମଧୁର ଜଳର ମାଛ ସାରା ରାଜ୍ୟରେ ଉପଲବ୍ଧ ହେଉଥିବା ବେଳେ ଏବେ ଆଉ ସେ ମହାନଦୀର ମଧୁର ମାଛ ଖାଇବାର ସୁଯୋଗ ମିଳୁନି। କେବଳ ମାଛ ଖାଇବାକୁ ମିଳୁନି ତାହା ନୁହେଁ, ଏହା ସିଧାସଳଖ ମହାନଦୀ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇଛି।

ଚିରସ୍ରୋତା ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି ଓ ନଦୀ ପଠା ଧିରେ ଧିରେ ପୋତି ହୋଇ ପଡ଼ୁଛି। ଏହାଛଡା ମହାନଦୀରେ ଆଉ ପୂର୍ବଭଳି ପର‌୍ୟ୍ୟାୀପ୍ତ ପରିମାଣରେ ମାଛ ମିଳୁ ନାହାନ୍ତି। ବୌଦ୍ଧ ଜିଲା ଦେଇ ପ୍ରବାହିତ ମହାନଦୀ ଜିଲ୍ଲାର ଜୀବନ ରେଖା ସହିତ ଅନେକ ସଂପ୍ରଦାୟର ଜୀବନ ଜୀବିକାର ମାଧ୍ୟମ ହୋଇ ରହିଆସିଛି। କେଉଟ, ଧୀବର, ଘିଙ୍ଗିରା ଓ ଝରା ଭଳି କେତେକ ସଂପ୍ରଦାୟ ସମ୍ପୂର୍ଣ୍ଣ ରୂପେ ମହାନଦୀ ଉପରେ ନିର୍ଭରଶୀଳ ରହିଆସିଛନ୍ତି।
ଏହି ସଂପ୍ରଦାୟର ଅଧିବାସୀମାନେ ଅନେକ ବର୍ଷ ଧରି ମହାନଦୀ କୂଳରେ ବସବାସ କରିବା ସହିତ ମହାନଦୀରେ ଦେଶୀ ଡଙ୍ଗା ସାହାଯ୍ୟରେ ମାଛଧରି ଜୀବିକା ନିର୍ବାହ କରିଆସୁଛନ୍ତି।

- Advertisement -

ଜିଲାର ମନମୁଣ୍ଡା ଠାରୁ ମାରଡା ପର‌୍ୟ୍ୟନ୍ତ ମହାନଦୀ ପ୍ରବାହିତ ହେଉଥିବା ବେଳେ ଏହାର କୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ମହାନଦୀରୁ ଛୋଟ ବଡ଼ ମାଛ ଧରିବା ସହିତ ସ୍ଥାନୀୟ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ବିଗତ କିଛି ବର୍ଷ ହେଲା ମହାନଦୀ ଧିରେ ଧିରେ ପୋତି ହୋଇ ପଡୁଥିବାରୁ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି ।

ଅନ୍ୟପଟେ ମହାନଦୀରେ ବ୍ୟାପକ ମାତ୍ରାରେ ବିସ୍ଫୋରଣ ତଥା ବିଷ ପ୍ରୟୋଗ ଏବଂ ନିୟମ ଭାବରେ ମାଛମରା ଯୋଗୁଁ ମହାନଦୀରେ ଅନେକ ପ୍ରଜାତିର ମାଛ ବର୍ତ୍ତମାନ ଆଉ ମିଳୁ ନାହାନ୍ତି । ବିଂଶ ଶତାଦ୍ଦୀର ଶେଷ ଭାଗ ପର‌୍ୟ୍ୟେନ୍ତ ମହାନଦୀର ବିଶାଳକାୟ କାତି ମାଛ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିବା ବେଳେ ବର୍ତ୍ତମାନ ଖାସ ବୌଦ୍ଧ ଜିଲ୍ଲାର ବଜାରରେ ଛୋଟ ନଦୀ ମାଛ ଏକପ୍ରକାର ଉଭାନ ହୋଇଯାଇଛି ।

ପୂର୍ବରୁ ମହାନଦୀରେ ରୋହି, ମିରକାଳୀ, ଟୁରୁ, ମହାସିଙ୍ଗି, ଉଡସି, କନାଚି, ଗଜରୀ, ଜଳଙ୍ଗ ଓ ଥୁମ୍ବେଇ ଭଳି ଅନେକ ପ୍ରଜାତିର ମାଛ ପର‌୍ୟ୍ୟା୍ପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ମହାନଦୀରୁ ଉଭାନ ହେବାରେ ଲାଗିଛି। ଥୁମ୍ବେଇ, ବାଇର ଭଳି କେତେକ ଦୁର୍ଲଭ ପ୍ରଜାତିର ନଦୀ ମାଛ କେବଳ ରାତିରେ ଅତି ଚତୁରତାର ସହିତ ଧରାଯାଇଥାଏ। ତେବେ ବର୍ତ୍ତମାନ ସମୟରେ ମହାନଦୀରେ ବ୍ୟାପକ ବିଷକ୍ରିୟା ତଥା ବେଆଇନ ବିସ୍ଫୋରଣ ଯୋଗୁଁ ଅନେକ ପ୍ରଜାତିର ମାଛ ଲୁପ୍ତପ୍ରାୟ ହୋଇଗଲେଣି। ଏନେଇ ଜିଲା ମତ୍ସ୍ୟ ଅଧିକାରୀ ମଧ୍ୟ ଏଭଳି ବେଆଇନ କାର‌୍ୟ୍ୟର ଯୋଗୁଁ ମାଛ ବଂଶ ବୃଦ୍ଧି ପାଉ ନଥିବା କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories