www.samajalive.in
Monday, December 8, 2025
14.1 C
Bhubaneswar

ଋଣ ପାଇଁ ପାସପୋର୍ଟ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ

ଚେନ୍ନାଇ: ଋଣ ନେବା ପାଇଁ ବ୍ୟାଙ୍କ କିମ୍ବା ଋଣ ପ୍ରଦାନକାରୀ ସଂସ୍ଥା ନିକଟରେ ପାସ୍‍ପୋର୍ଟ ଦାଖଲ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିପାଇଁ ପାସପୋର୍ଟ ନିୟମରେ ଆବଶ୍ୟକ ସଂଶୋଧନ କରିବା ଲାଗି ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଋଣ ନେବା ପାଇଁ ବନ୍ଧକ ଭାବରେ ପାସପୋର୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲେ ଖିଲାପୀମାନେ ଆଉ ଦେଶ ଛାଡ଼ି ଯାଇପାରିବେ ନାହିଁ। ସେହିପରି ପାସପୋର୍ଟ ନବୀକରଣ ବେଳେ ମଧ୍ୟ ଋଣ ପ୍ରଦାନ କରିଥିବା ବ୍ୟାଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଜଣେ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲାରେ ଆଗତ ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ଅଚାନକ ତନ୍‍ଖି ବେଳେ ଜଣେ ଅଙ୍ଗନାୱାଡ଼ି କର୍ମୀ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ତାଙ୍କ ଅନୁପସ୍ଥିତି ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥିଲେ। ତଦନ୍ତ ବେଳେ ଜଣାପଡ଼ିଲା ଯେ ଅଙ୍ଗନୱାଡ଼ି କର୍ମୀ ଜଣକ କାହାକୁ ନ ଜଣାଇ ତାଙ୍କ ସମ୍ପର୍କୀୟଙ୍କ ପାସପୋର୍ଟରେ ସିଙ୍ଗାପୁର ଚାଲି ଯାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories