www.samajalive.in
Sunday, December 7, 2025
26.1 C
Bhubaneswar

ଆରପାରିରେ କାଦର ଖାନ୍‍

ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା କାଦର ଖାନ୍‍ ଆଉ ନାହାନ୍ତି। ଗତ କାଲି(ଡିସେମ୍ବର ୩୧ ତାରିଖ) ରାତିରେ (କାନାଡ଼ା ସମୟ ସନ୍ଧ୍ୟା ୬ଟା) ତାଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ତାଙ୍କ ପୁଅ ସର୍ଫରାଜ୍‍ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାଦର ଖାନ୍‍ କାନାଡ଼ାରେ ସର୍ଫରାଜ୍‍ଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ।
ପ୍ରଥମେ ଖଳନାୟକ ଭାବେ ପରିଚୟ ଲାଭ କରିଥିବା କାଦର ଖାନ୍‍ ପରବର୍ତ୍ତୀ ସମୟରେ ଚରିତ୍ର ଓ ହାସ୍ୟ ଅଭିନେତା ଭାବେ ବହୁ ହିଟ୍‍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ସଂଳାପ ରଚନାରେ ତାଙ୍କର ଗଭୀର ଦକ୍ଷତା ଥିଲା । ବିଶେଷକରି ୮୦ ଓ ୯୦ ଦଶକରେ ତାଙ୍କର ଅନେକ ହିଟ୍‍ ଫିଲ୍ମ ପ୍ରେକ୍ଷାଳୟକୁ ଆସିଥିଲା।
କାଦର ଖାନ୍‍ଙ୍କ ଆରୋଗ୍ୟ କାମନା କରି ଶୁଭେଚ୍ଛା ଜଣାଇଥିବା ସମସ୍ତ ବନ୍ଧୁବର୍ଗ, ପ୍ରଶଂସକଙ୍କୁ ସର୍ଫରାଜ୍‍ କୃତଜ୍ଞତା ଜଣାଇଛନ୍ତି। କାନାଡ଼ାଠାରେ ହିଁ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି କୁହାଯାଇଛି।

ସଂକ୍ଷେପରେ କାଦର

୧୯୩୭ ମସିହା ଅକ୍ଟୋବର ୨ ତାରିଖରେ କାବୁଲ୍‍ରେ ଜନ୍ମିତ କାଦର ଖାନ୍‍ ୧୯୭୩ରେ ରାଜେଶ ଖାନ୍ନାଙ୍କ ଅଭିନୀତ ‘ଦାଗ୍‍’ ଜରିଆରେ ବଲିଉଡରେ ଅଭିନେତା ଭାବେ ପାଦ ଥାପିଥିଲେ। ଏହାପୂର୍ବରୁ ସେ ରନ୍‍ଧୀର କପୁର ଓ ଜୟା ବଚ୍ଚନ ଅଭିନୀତ ‘ଜୱାନି ଦିୱାନୀ’ରେ ସଂଳାପ ଲେଖକ ଭାବେ ବଲିଉଡ ସହିତ ସଂଶ୍ଲିଷ୍ଟ ହୋଇସାରିଥିଲେ। ୧୯୭୪ରେ ରାଜେଶ ଖାନ୍ନାଙ୍କ ଅଭିନୀତ ‘ରୋଟି’ ଚଳଚ୍ଚିତ୍ରର ସଂଳାପ କାଦର ଖାନ୍‍ଙ୍କୁ ସଂଳାପ ଲିଖନରେ ଷ୍ଟାର ମାନ୍ୟତା ଦେଇଥିଲା। ପ୍ରାୟ ୩୦୦ ଫିଲ୍ମ ଭେଟି ଦେଇଥିବା କାଦର ଖାନ ୨୫୦ରୁ ଊଦ୍ଧ୍ୱର୍ ସିନେମାରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି। ବିଶେଷକରି ମନମୋହନ ଦେଶାଇ ଓ ପ୍ରକାଶ ମେହେରାଙ୍କ ଫିଲ୍ମରେ ସେ ସର୍ବାଧିକ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ମନମୋହନ ଦେଶାଇଙ୍କ ନିର୍ମିତ ଫିଲ୍ମଗୁଡ଼ିକ ମଧ୍ୟରେ ‘ଧରମ୍‍ ବୀର’, ‘ଗଙ୍ଗା ଯମୁନା ସରସ୍ୱତୀ’, ‘କୁଲି’, ‘ଦେଶପ୍ରେମୀ’, ‘ସୁହାଗ’, ‘ପରବରିସ୍‍’, ‘ଅମର ଆକବର ଆନ୍‍ଥୋନି’ ଏବଂ ପ୍ରକାଶ ମେହେରାଙ୍କ ନିର୍ମିତ ଫିଲ୍ମ ‘ଜ୍ୱାଲାମୁଖୀ’, ‘ସରାବୀ’, ‘ମୁକଦ୍ଦର କା ସିକନ୍ଦର’, ‘ଲାୱାରିସ୍‍’ ପରି ବ୍ଲକ୍‍ବ୍ଲଷ୍ଟର ହିଟ୍‍ ଫିଲ୍ମରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି। ୧୯୮୨ ରୁ ୧୯୯୫ ପର୍ଯ୍ୟନ୍ତ ସେ ମୁଖ୍ୟତଃ ଦକ୍ଷିଣ ଭାରତ ସିନେମାର ହିନ୍ଦି ରିମେକ୍‍ରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିବାରେ ମନୋନିବେଶ କରିଥିଲେ। ଏଥିସହିତ ସେ ‘ସମା’ ନାମକ ଏକ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ଛୋଟ ପରଦାରେ ମଧ୍ୟ ପରିଚିତ ଥିଲେ। ‘ହସ ମତ୍‍’, ‘ମିଷ୍ଟର ଧନସୁଖ’, ‘ହେ ପଡ଼ୋଶୀ….କୌନ ହେ ଦୋଷୀ’ ଆଦି ସିରିଏଲ୍‍ରେ କାଦର ଖାନ୍‍ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ କାଦର ଖାନ୍‍ ମହାରାଷ୍ଟ୍ରର ଇଞ୍ଜିନିୟର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିଲେ।

- Advertisement -

ସମ୍ମାନ

ଅଭିନୟ ଓ ସଂଳାପ ଲିଖନ ପାଇଁ କାଦର ଖାନ୍‍ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସେଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ସଂଳାପ ପାଇଁ ‘ମେରି ଆୱାଜ ଶୁନୋ(୧୯୮୨)’, ‘ଅଙ୍ଗାର(୧୯୯୩)’, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ‘ବାପ ନମ୍ବରି ବେଟା ଦସ ନମ୍ବରି(୧୯୯୧)’ ପାଇଁ ଫିଲ୍ମ ଫେୟାର ସମ୍ମାନ ପାଇଛନ୍ତି। ଭାରତରେ ମୁସଲିମ୍‍ ସମ୍ପ୍ରଦାୟର କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ପାଇଁ କାଦର ଖାନ୍‍ଙ୍କୁ ‘ଆମେରିକାନ୍‍ ଫେଡେରେସନ୍‍ ଅଫ୍‍ ମୁସଲିମ୍‍ ଫ୍ରମ୍‍ ଇଣ୍ଡିଆ’ ପକ୍ଷରୁ ସମ୍ମାନିତ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories