www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲି ପୁଲିସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଓ ସ୍ୱାସ୍ଥ୍ୟସେବା ଶିବିର

ପିପିଲି: ପିପିଲି ପୁଲିସ ପକ୍ଷରୁ ଏକ ଦିନିକିଆ ମାଗଣା ସ୍ୱାସ୍ଥ୍ୟସେବା ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଦିନ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ) ଓ କ୍ୟାପିଟାଲ ହସ୍‍ପିଟାଲ ବ୍ଲଡ ବ୍ୟାଙ୍କ ସହଯୋଗରେ ଆୟୋଜିତ ଉକ୍ତ ଶିବିରରେ ୩୮୨ଜଣ ରୋଗୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବିତରଣ କରାଯାଇଥିବା ବେଳେ ୧୩୮ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ଗଢିବାରେ ପିପିଲି ପୁଲିସର ଏଭଳି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।
ଏମ୍ସର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳୀ ବଟ୍‍ମାନାବନେ ଓ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ଉକ୍ତ ଶିବିରକୁ ଉଦ୍‍ଘାଟନ କରିବା ସହ ଏଭଳି ପ୍ରୟାସ ପାଇଁ ଆଇଆଇସି ଶରତ କୁମାର ସାହୁଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍ସର ମେଡିକାଲ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି, ପୁରୀ ଏସ୍‍ପି ଡ଼ଃ ସାର୍ଥକ ଷଡଙ୍ଗୀ, ଏସ୍‍ଡିପିଓ ଦିଲିପ କୁମାର ତ୍ରିପାଠୀ, ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଜାମିନୀ ବଲ୍ଲଭ ପଟ୍ଟନାୟକ, କ୍ୟାପିଟାଲ ହସପିଟାଲ ବ୍ଲକ ବ୍ୟାଙ୍କର ମୁଖ୍ୟ ଡାକ୍ତର ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଶିବିରରେ ଯୋଗଦେଇଥିବା ଡାକ୍ତର, ରୋଗୀ ଓ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପିପିଲି ପୁଲିସର ସହଯୋଗରେ ଏହି ଶିବିର ମାଧ୍ୟମରେ ଆମେ ଏଠାକାର ଲୋକଙ୍କ ସେବା କରିବାର ସୁଯୋଗ ପାଇଲୁ ଓ ଆମେ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ସର୍ବଦା ଯତ୍ନବାନ ଅଛୁ ବୋଲି ଏମ୍ସର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳୀ ପ୍ରକାଶ କରିବା ସହ ଏଭଳି ଶିବିର ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟର ଉନ୍ନତି ଘଟିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଏମ୍ସ ଦ୍ୱାରା ଏହି ଶିବିର ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ପାଖରେ ଏକ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଓ ରକ୍ତଦାନ ଶିବିର ଆୟୋଜନ କରିବା ଆଦି ପିପିଲି ପୁଲିସର ଅଞ୍ଚଳ ପ୍ରତି ଏକ ବଡ ଅବଦାନ ବୋଲି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିବା ସହ ଆଗାମୀ ଦିନରେ ଏଭଳି ଶିବିର ଜାରି ରହିବ ବୋଲି କହିଥିଲେ। ଏଥିପାଇଁ ପିପିଲି ଆଇଆଇସି ଶ୍ରୀସାହୁଙ୍କୁ ସାଧୁବାଦ ଜଣାଇଥିଲେ । ଏମ୍ସ ଆୟୁଷ ବିଭାଗର ଡାକ୍ତର ଦୀପକ କର, ଇଏନ୍‍ଟି ବିଭାଗର ଡାକ୍ତର ଅନିନ୍ଦ୍ୟା ନାୟକ, ଅପଥାଲମୋଲୋଜି ବିଭାଗର ଡାକ୍ତର ରିୟାରାଣି କେଶ, ଶିଶୁରୋଗ ବିଭାଗର ଡାକ୍ତର ନବୀନ କୁମାର, ମେଡିସିନ ବିଭାଗର ଡାକ୍ତର ଅରୂଣ କରମାକର ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରିଥିଲେ । ସେହିପରି କ୍ୟାପିଟାଲ ହସପିଟାଲ ବ୍ଲଡ ବ୍ୟାଙ୍କର ଡାକ୍ତର ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲଡବ୍ୟାଙ୍କ କର୍ମଚାରୀମାନେ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ଆଇଆଇସି ଶ୍ରୀସାହୁ ଓ ତାଙ୍କ ସହଧର୍ମିଣୀ ମଧ୍ୟ ରକ୍ତଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories