www.samajalive.in
Wednesday, December 10, 2025
17.1 C
Bhubaneswar

ମେଲବୋର୍ଣ୍ଣ ଟେଷ୍ଟ : ବିଜୟଠାରୁ ଦୁଇ ୱିକେଟ ଦୂରରେ ଭାରତ

ମେଲବୋର୍ଣ୍ଣ : ଚଳିତ ୩ୟ ଟେଷ୍ଟମ୍ୟାଚ୍‌ରେ କ୍ରମାଗତ ୪ର୍ଥ ଦିନ ପାଇଁ ଅଷ୍ଟ୍ରେଲିଆ ଦଳର ଏକମାତ୍ର ଖେଳାଳି ଭାବେ ପ୍ୟାଟ୍‌ କମିନ୍‌ସ ଭାରତ ରାସ୍ତାରେ କଣ୍ଟା ସାଜିଛନ୍ତି। ପ୍ରଥମଦିନରୁ ହିଁ ଭାରତୀୟ ଦଳ ମ୍ୟାଚ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ୪ ଦିନଯାକ ଏକା ଲଢ଼ିଛନ୍ତି କମିନ୍‌ସ। ଫଳରେ ସିରିଜ୍‌ରେ ଅପରାଜେୟ ୨-୧ରେ ଆଗୁଆହେବା ଲାଗି ଭାରତ ଲକ୍ଷ୍ୟ ରଖିଥିଲେ ହେଁ ଅନ୍ତିମଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ୩୯୯ ରନ୍ କଷ୍ଟସାଧ୍ୟ ବିଜୟଲକ୍ଷ୍ୟର ପିଛା କରୁଥିବା ଘରୋଇ ଅଷ୍ଟ୍ରେଲିଆ ୨ୟ ଇନିଂସରେ ଉନ୍ନତ ବ୍ୟାଟିଂ କରିଥିଲେ ହେଁ ୩୯୯ ରନ୍ ଏହାପାଇଁ ଅପହଞ୍ଚ ମନେହେଉଛି। କାରଣ ମେଲ୍‌ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଇତିହାସରେ ଅଦ୍ୟାବଧି କୌଣସି ଦଳ ୪ର୍ଥ ଇନିଂସରେ ୩୩୨ ରନ୍‌ର ପିଛାକରି ଜିତିନାହାନ୍ତି। ​‌େତବେ ଶନିବାର ୪ର୍ଥ ଦିନରେ ମ୍ୟାଚ୍ ଜିତିବାର ମଉକା ଭାରତ ପାଖରେ ଥିଲା। ପାଖାପାଖି ୩୫ ଓଭର ଖେଳ ବାକିଥିବା ବେଳେ ଭାରତକୁ ଶେଷ ୪ଟି ୱିକେଟ ନେବାର ଥିଲା। ତେବେ ପ୍ୟାଟ୍‌ କମିନ୍‌ସଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଏହି ୩୫ ଓଭରରେ ଭାରତ ମାତ୍ର ୨ଟି ୱିକେଟ ନେଇ ପାରିଥିଲା। ରବିବାର ୫ମ ତଥା ଅନ୍ତିମଦିନରେ ଜିତିବା ପାଇଁ ଭାରତକୁ ଘରୋଇ ଦଳର ଶେଷ ୨ଟି ୱିକେଟ ନେବାକୁ ପଡ଼ିବ। ଅନ୍ୟପକ୍ଷରେ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ଶେଷ ୨ଟି ୱିକେଟରେ ଆଉ ୧୪୧ ରନ୍ କରିବାକୁ ପଡ଼ିବ। ତେଣୁ ଏହି ମ୍ୟାଚ୍ ଜିତି ସିରିଜ୍‌ରେ ଭାରତ ୨-୧ରେ ଅପରାଜେୟ ଲିଡ୍‌ ନେବାର ଖୁବ୍ ନିକଟତର ହୋଇପାରିଛି। ଏହି ବିଜୟ ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ଦ୍ବାରରେ ବିରାଟ ବାହିନୀ ପହଞ୍ଚିଛି।
ପ୍ରଥମ ଇନିଂସରେ ୨୯୨ ରନ୍ ଆଗରେ ଥିବା ଭାରତ ୮ ୱିକେଟରେ ୧୦୬ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୫ ୱିକେଟ ହରାଇ ୫୪ ରନ୍ କରିଥିଲା। ୪ର୍ଥ ଦିନ ପ୍ରାରମ୍ଭରେ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ଦ୍ରୁତ ରନ୍ ସ୍କୋର୍‌କରିବା। ବିଶେଷକରି ମୟଙ୍କ ଅଗ୍ରୱାଲ ତାଙ୍କ ରଣନୀତି ସ୍ପଷ୍ଟ କରିଥିଲେ ଏବଂ ନାଥାନ୍ ଲାୟନ୍‌ଙ୍କ ଏକ ଓଭରରେ ୨ଟି ଛକା ମାରିଥିଲେ। ୬ଷ୍ଠ ୱିକେଟରେ ମୟଙ୍କ ଓ ଋଷଭ ପନ୍ତ୍ ୩୯ ରନ୍ ଯୋଡ଼ିଥିଲେ। ମୟଙ୍କ ୨ଟି ଛକା ଓ ୪ଟି ଚୌକା ସହ ୪୨ ରନ୍‌କରି ୪ର୍ଥ ଦିନରେ ପ୍ରଥମେ ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୫ ରନ୍‌କରି ଆଉଟ ହେବା ପରେ ଭାରତ ୨ୟ ଇନିଂସ ଘୋଷଣା କରିଥିଲା। ପ୍ୟାଟ୍ କମିନ୍‌ସ ୬ଟି ଓ ଜୋସ୍ ହାଜେଲଉଡ୍ ୨ଟି ୱିକେଟ ନେଇଥିଲେ।
୩୯୯ ରନ୍ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ୨ୟ ଇନିଂସ ଆରମ୍ଭ କରିବା ପରେ ଆରୋନ୍ ଫିଞ୍ଚ୍ ୩ ରନ୍‌କରି ବିଦାୟ ନେଇଥିଲେ। ପରେ ମାର୍କସ ହାରିସ୍‌ଙ୍କୁ ରବୀନ୍ଦ୍ର ଜାଡ଼େଜା ଆଉଟ କରିଥିଲେ। ୩୩ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ୩ ବାମହାତି ଉସ୍‌ମାନ ଖାୱାଜା, ସନ୍ ମାର୍ଶ ଓ ଟ୍ରାଭିସ୍ ହେଡ୍‌ ଲଢ଼ୁଆ ବ୍ୟାଟିଂ କରିଥିଲେ। ତେବେ ସେମାନେ ବେଶି ସମୟ ଭାରତୀୟ ବୋଲିଂ ଆକ୍ରମଣର ପ୍ରତିରୋଧ କରି ପାରିନଥିଲେ। ବାମହାତି ଖାୱାଜା ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍ କରିଥିବା ବେଳେ ସନ୍ ମାର୍ଶ ୭୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୪ ରନ୍ କରିଥିଲେ। ଟ୍ରାଭିସ୍ ହେଡ୍ ୨ଟି ଚୌକା ସହ ୩୪ ରନ୍ କରିଥିଲେ। ଅଷ୍ଟ୍ରେଲିଆ ଏକଦା ୧୧୪ ରନ୍‌ରେ ୩ଟି ୱିକେଟ ହରାଇଥିବା ବେଳେ ପରବର୍ତ୍ତୀ ୪୩ ରନ୍‌ରେ ଆଉ ୩ଟି ୱିକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲା। ମିଚେଲ ମାର୍ଶ ପୁଣି ବିଫଳ ହୋଇ ୧୦ ରନ୍ ମାତ୍ର କରି ପାରିଥିଲେ। ୭ମ ୱିକେଟ ପାଇଁ ଅଧିନାୟକ ଟିମ୍ ପେନ୍ ଓ ପ୍ୟାଟ୍ କମିନ୍‌ସ ୧୯ ରନ୍ ଯୋଡ଼ିବା ପରେ ପେନ୍ ୨୬ ରନ୍‌କରି ବିଦାୟ ନେଇଥିଲେ। ପରେ ମିଚେଲ ଷ୍ଟାର୍କଙ୍କ ସହ କମିନ୍‌ସ ଆଉ ୩୯ ରନ୍ ଯୋଡ଼ିଥିଲେ। ଷ୍ଟାର୍କ ୧୮ ରନ୍ କରିଥିଲେ। ପରେ ଫ୍ଲଡ୍‌ଲାଇଟରେ ୧୪.୧ ଓଭର ଖେଳ ହୋଇଥିଲେ ହେଁ ଭାରତୀୟ ବୋଲର ଆଉ ୱିକେଟ ପାଇନଥିଲେ। କମିନ୍‌ସ ଗୋଟିଏ ଛକା ଓ ୫ଟି ଚୌକା ସହ ୬୧ ଏବଂ ଲାୟନ୍ ୬ ରନ୍‌କରି ଅପରାଜିତ ଅଛନ୍ତି। ଜାଡ଼େଜା ୩ଟି ୱିକେଟ ପାଇଥିବା ବେଳେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ପାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories