www.samajalive.in
Wednesday, December 10, 2025
15.1 C
Bhubaneswar

ପାନୀୟ ଜଳ ସମସ୍ୟା ନେଇ ରାସ୍ତା ରୋକ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦରେ ପୃଥକ ପୃଥକ ଯାଗାରେ ରାସ୍ତା ରୋକ। ଶୁକ୍ରବାର ସକାଳୁ ଅରବିନ୍ଦ ନଗର ସାଳୁଆ ବଣ ସାହି ଓ ସନ୍ଧ୍ୟାରେ ଶଗଡ଼ିଆ ସାହିରେ ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋ ହୋଇଥିଲା। ପାଣି ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସମାଧାନ ହେଉନଥିବାରୁ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। ଫୁଲବାଣୀ ପୌର ପରିଷଦର ଏଫ୍ ସି ଆଇ ଛକ ଏବଂ ଶଗଡ଼ିଆ ସାହି ମୃତ୍ତିକା ସଂରକ୍ଷଣ ଅଫିସ ସାମ୍ନା ନିକଟସ୍ତ ଫୁଲବାଣୀ-ବୌଦ୍ଧ – ଭୁବନେଶ୍ୱର ମୂଖ୍ୟରାସ୍ତା ୧୫୭ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତା ଦେଇ ବହୁ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ୨ୱାର୍ଡରେ ବହୁ ଦିନ ହେଲା ପାନୀୟ ଜଳ ସମସ୍ୟା ରହିଛି। ଏନେଇ ଗ୍ରାମବାସୀ ପୌର ପରିଷଦ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନୟନ୍ନ ଅଧୂକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଲାପରେ ବି କୌଣସି ସମାଧାନ ହୋଇନଥିଲା। ଫଳରେ ଗ୍ରାମବାସୀମାନେ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିଲେ। ତେଣୁ ଖୁବ୍ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଲୋକେ ଦାବୀ କରି ରାସ୍ତାରୋକ କରିଥିଲେ। ପୌର ପରିଷଦର ଅଧକ୍ଷା ସ୍ମିତା ରାଣୀ ମହାନ୍ତି, ଅତିରିକ୍ତ ତହସିଲଦାର, କନିଷ୍ଠ ଯନ୍ତ୍ରୀ ଏବଂ ସଦର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ପ୍ରିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories