www.samajalive.in
Tuesday, December 9, 2025
23.1 C
Bhubaneswar

ନୌସେନା ଘାଟିରେ ଦୁର୍ଘଟଣା; ୨ ଅଧିକାରୀଙ୍କ ମୃତ୍ୟୁ

କୋଚି : କୋଚି ନୌସେନା ଘାଟିରେ ଗୁରୁବାର ଏକ ଦୁର୍ଘଟଣାରେ ୨ ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତ ଅଧିକାରୀମାନେ ହେଲେ ବେସାମରିକ ବିମାନ ଚଳାଚଳ ଶାଖା ଅଧିକାରୀ ନବୀନ ଏବଂ ଅଜିତ ସିଂହ। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ ଏକ ଏୟାରକ୍ରାଫ୍ଟ ହ୍ୟାଙ୍କର ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା। ହ୍ୟାଙ୍ଗର ଭୁଶୁଡିବା ସମୟରେ ଉକ୍ତ ସ୍ଥାନ ଦେଇ ଅତିକ୍ରମ କରୁଥିବା ନବୀନ ଓ ଅଜିତଙ୍କ ଉପରେ ଏହା ପଡିଯାଇଥିଲା।
ଗୁରୁତର ଅବସ୍ଥାରେ ସେମାନଙ୍କୁ ଆଇଏନ୍‌ଏଚ୍‌ଏସ୍‌ ସଞ୍ଜୀବନୀ ଡାକ୍ତରଖାନାକୁ ନିଆଯାଇଥିଲା। ପୂର୍ବାହ୍ଣ ୯ଟା ୪୦ରେ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ୨୦୦୮ରେ ନୌସେନାରେ ଯୋଗ ଦେଇଥିବା ନବୀନ ହରିୟାଣାର ଭିୱାନି ଜିଲାର ବାସିନ୍ଦା ହୋଇଥିବାବେଳେ ତାଙ୍କର ପତ୍ନୀ ଓ ୨ବର୍ଷର ଝିଅ ଅଛନ୍ତି। ସେହିପରି ୨୦୦୯ରେ ନୌସେନାରେ ଯୋଗ ଦେଇଥିବା ଅଜିତ ରାଜସ୍ଥାନ ଭରତପୁରର ବାସିନ୍ଦା ହୋଇଥିବାବେଳେ ଘରେ ପତ୍ନୀ ଓ ୫ବର୍ଷର ପୁଅ ଅଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories