ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ପୁତ୍ର ଚୋରି । ପ୍ରସୂତି ବିଭାଗରୁ ଜଣେ ମହିଳା ଚୋରି କରିନେଇଥିବାର ଅଭିଯୋଗ ହୋଇଛି। ଶନିବାର ରାତିରେ ଶିଶୁ ପୁତ୍ରଟି ଜନ୍ମ ହୋଇଥିବାବେଳେ ମହିଳା ଜଣକ ଚୋରି କରି ନେଇଥିବା କୁହାଯାଉଛି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ହସ୍ପିଟାଲ ଫାଣ୍ଡିରେ ଏତଲା ଦିଆଯାଇଛି। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ତେବେ ଟିକା ଦେବା ବାହାନାରେ ଆଶାକର୍ମୀଙ୍କ ସହ ଆସିଥିବା ଜଣେ ମହିଳା ଶିଶୁଟିକୁ ନେଇଛନ୍ତି। ହସ୍ପିଟାଲରେ ଥିବା ସିସି ଟିିଭିରୁ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସେପଟେ ଖୁବ୍ ଶୀଘ୍ର ଶିଶୁଟିକୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦୁଇ ମାସ ତଳେ ହସ୍ପିଟାଲ ସିଏନସିୟୁରୁ ଅନ୍ୟ ଜଣେ ଶିଶୁ ଚୋରି ହୋଇଥିଲା।
Popular Categories



