www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଜାବ ଓ ହରିଆଣା କୋର୍ଟରେ ବଢ଼ୁଛି ବିଚାରାଧୀନ ମାମଲା

ଚଣ୍ଡିଗଡ଼: ପଞ୍ଜାବ ଓ ହରିଆଣାର ବିଭିନ୍ନ ଜିଲା କୋର୍ଟରେ ବିଚାରାଧୀନ ମାମଲା ବୃଦ୍ଧି ପାଇ ୧୦ ଲକ୍ଷ ୩୩ ହଜାର ୪୨୩ରେ ପହଞ୍ଚିଛି। ୨୦୧୮ରେ ୩୨,୯୫୫ ମାମଲା ବଢ଼ିଛି। ପଞ୍ଜାବରେ ମୋଟ ୭୭୭ଟି ଜିଲା କୋର୍ଟ ଥିବାବେଳେ ୫୨୮ ଜଣ ବିଚାର ବିଭାଗୀୟ ଅଧିକାରୀ ବା ବିଚାରପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କୁ ଡେପୁଟେସନ୍‍ କିମ୍ବା ଅନ୍ୟ କୌଣସି ପଦବୀରେ ଅବସ୍ଥାପିତ କରାଯାଇଛି। ତିନି ବିଚାରପତିଙ୍କୁ ନିଲମ୍ବନ କରାଯାଇଛି। ସେହିପରି ହରିଆଣାରେ ୬୭୦ଟି କୋର୍ଟରେ ୪୮୪ ଜଣ ବିଚାରପତି ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣଙ୍କୁ ଡେପୁଟେସନ୍‍ରେ ପଠାଇ ଦିଆଯାଇଛି।
ପଞ୍ଜାବରେ ୨ ଲକ୍ଷ ୫୬ ହଜାର ୯୬୦ଟି ଫୌଜଦାରୀ ଓ ୩ ଲକ୍ଷ ୪୪ ହଜାର ୨୨୭ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ୪୯ଟି ମାମଲା ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ବିଚାରାଧୀନ ରହିଛି। ୪ ଲକ୍ଷ ୬୭ ହଜାର ୨୬୨ଟି ମାମଲା ବର୍ଷେ କିମ୍ବା କମ୍‍ ସମୟ, ୧,୦୨,୯୨୫ ମାମଲା ତିନିବର୍ଷ, ୨,୩,୦୫୬ ମାମଲା ୩ ରୁ ୫ ବର୍ଷ, ୭,୦୦୦ ମାମଲା ୫ ରୁ ୧୦ ବର୍ଷ, ୭୭୯ଟି ମାମଲା ୧୦ ରୁ ୨୦ ବର୍ଷ ଓ ୧୧୬ ମାମଲା ୨୦ ରୁ ୩୦ ବର୍ଷ ହେଲା ବିଚାରାଧୀନ ରହିଛି। ପଞ୍ଚାବରେ ୮୪,୨୦୦ ମହିଳା ଆବେଦନକାରୀ ଓ ୬୨,୫୧୫ ଜଣ ବରିଷ୍ଠ ନାଗରିକ ଆବେଦନକାରୀ ରହିଛନ୍ତି।
ସେହିପରି ହରିଆଣାରେ ୨,୮୦,୮୧୯ଟି ଫୌଜଦାରୀ ଓ ୪,୪୮,୪୧୭ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ୪ଟି ମାମଲା ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ବିଚାରାଧୀନ ଥିବା ବେଳେ ୫,୬୮,୩୯୫ଟି ମାମଲା ବର୍ଷେରୁ କମ୍‍ ସମୟ, ୧,୩୮,୧୫୭ ଟି ମାମଲା ବର୍ଷେରୁ ୩ ବର୍ଷ, ୧୬,୩୩୮ଟି ମାମଲା ୩ରୁ ୫ ବର୍ଷ, ୫,୭୨୫ଟି ମାମଲା ୫ ରୁ ୧୦ ବର୍ଷ, ୬୦୧ଟି ମାମଲା ୧୦ ରୁ ୩୦ ବର୍ଷ, ୧୬ଟି ମାମଲା ୨୦ ରୁ ୩୦ ବର୍ଷ ଧରି ବିଚାରାଧୀନ ରହିଛି। ହରିଆଣାରେ ୭୯,୬୩୫ ଜଣ ମହିଳା ଆବେଦନକାରୀ ଥିବା ବେଳେ ୫୭,୯୯୯ ଜଣ ବରିଷ୍ଠ ନାଗରିକ ଆବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories