www.samajalive.in
Sunday, December 7, 2025
13.1 C
Bhubaneswar

ହରିଆଣାରେ କୃଷକଙ୍କୁ ମିଳିବ ପେନ୍‍ସନ୍‍

ଚଣ୍ଡିଗଡ଼: ହରିଆଣା ସରକାର ଖୁବ୍‍ ଶୀଘ୍ର ଚାଷୀଙ୍କ ପାଇଁ ପେନ୍‍ସନ୍‍ ଯୋଜନା ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି। ଅଟଳ ପେନ୍‍ସନ୍‍ ଯୋଜନାରେ ହିତାଧିକାରୀଙ୍କୁ ବାର୍ଷିକ ୨୦୦୦ ଟଙ୍କା ମିଳୁଥିବାବେଳେ ସେଥିରେ କେନ୍ଦ୍ର ସରକାରଙ୍କ ଭାଗ ୫୦% ରହିଛି। ତେଣୁ ରାଜ୍ୟ ସରକାର ଏହି ଯୋଜନାରେ ତାଙ୍କ ଭାଗ ବୃଦ୍ଧି କରି କୃଷକଙ୍କ ଲାଗି ନୂଆ ଯୋଜନା ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ତେବେ ନୂଆ ଯୋଜନାର ନାମ କଣ ରହିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆସନ୍ତା ବର୍ଷ ଅକ୍ଟୋବର ମାସରେ ହରିଆଣାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ କରିବେ ବୋଲି ବିରୋଧୀ କଂଗ୍ରେସ ଓ ଆଇଏନଏଲଡି ପକ୍ଷରୁ ଘୋଷଣା କରାଯାଇଛି। ଏହି ଦୌଡ଼ରେ ହରିଆଣାର ବିଜେପି ସରକାର ଉପରୋକ୍ତ ପଦକ୍ଷେପ ନେଇଥିôବା କୁହାଯାଉଛି।
ତେବେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ ବୀମାଭୁ୍‍କ୍ତ କୃଷକଙ୍କ ଅବଦାନ ଉପରେ ନିର୍ଭର କରିବ। ଯେଉଁ କୃଷକମାନେ ନିର୍ଦ୍ଦିଷ୍ଟ ପରିମାଣର ରାଶି ପ୍ରିମିୟମ ଭାବରେ ଜମା କରିବେ ସେମାନଙ୍କୁ ୬୦ ବର୍ଷ ପରେ ମାସିକ ୫ ହଜାର ଟଙ୍କାର ପେନ୍‍ସନ୍‍ ଦିଆଯିବ। ପ୍ରିମିୟମ ପାଇଁ ସର୍ବନିମ୍ନ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯିବ। ଏବେ ସାମାଜିକ ସୁରକ୍ଷା ଯୋଜନରେ ବରିଷ୍ଠ ନାଗରିକଙ୍କୁ ମାସିକ ୨ ହଜାର ଟଙ୍କା ପେନ୍‍ସନ୍‍ ଦିଆଯାଉଥିବା ବେଳେ ସେହି ଯୋଜନା ରାଶିକୁ ପ୍ରସ୍ତାବିତ ନୂଆ ଯୋଜନାରେ ସାମିଲ୍‍ କରାଯାଇପାରେ ବୋଲି ମତ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories