www.samajalive.in
Monday, December 8, 2025
14.1 C
Bhubaneswar

କାହିଁକି ହାରିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦୁଇଟି ଲୋକସଭା ଆସନ ଆମେଥି ଓ ରାଏବରେଲୀ ସବୁବେଳେ କଂଗ୍ରେସର ଦୁର୍ଗ ଭାବେ ରହିଆସିଛି। ୨୦୧୯ରେ ଆମେଥି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହରାଇ ବାଜି ମାରିଥିଲେ ବିଜେପିର ସ୍ମୃତି ଇରାନୀ। ହେଲେ ୨୦୨୪ରେ ଏଠାରେ ଧରାଶାୟୀ ହୋଇଛନ୍ତି ସ୍ମୃତି ଇରାନୀ। କଂଗ୍ରେସ ପରିବାରର ସବୁଠାରୁ ଘନିଷ୍ଠ ନେତା କିଶୋରୀଲାଲ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରି ବିଜୟୀ ହୋଇଛି। ସ୍ମୃତି ଇରାନୀଙ୍କୁ ୧ଲକ୍ଷ ୬୭ହଜାର ୧୯୬ଭୋଟରେ କଂଗ୍ରେସର କିଶୋରୀଲାଲ ଶର୍ମା ପରାଜିତ କରିଛନ୍ତି। ୟୁପିରେ ବିଜେପି ସରକାରରେ ଥାଇ ମଧ୍ୟ ସ୍ମୃତି ଇରାନୀଙ୍କୁ ବିଜୟ ହାସଲ କରିବାରେ ସହାୟକ ହୋଇପାରିଲେ ନାହିଁ।
ସମସ୍ତେ ଭାବୁଥିଲେ କୌଣସି ଅନାମଧେୟ କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡିଦେଲେ ଖୋଦ ରାହୁଲ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏଠାରୁ ନିର୍ବାଚନ ଲଢିଲେ ମଧ୍ୟ ସ୍ମୃତି ଇରାନୀଙ୍କୁ ହରାଇବା କଷ୍ଟସାଧ୍ୟ ହୋଇପଡିବ। ତେବେ କିଶୋରୀଲାଲ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି। କିଶୋରୀଲାଲ ପ୍ରାର୍ଥୀ ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହେଲେ ପ୍ରିୟଙ୍କାଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ପ୍ରାର୍ଥୀ ଅପେକ୍ଷା ଦଳକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ପ୍ରିୟଙ୍କା। ଏହି ମନ୍ତ୍ର ଆମେଥି ପାଇଁ ସଫଳ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି।
ସ୍ମୃତିଙ୍କ ପାଇଁ ଭାରି ପଡିଛି ଦଳର ପୁରୁଣା କର୍ମୀଙ୍କୁ ଅଣଦେଖା କରିବା ଏବଂ ସେମାନଙ୍କୁ ଅପମାନିତ କରିବା। ସ୍ମୃତି ଇରାନୀ ନିଜ ଲୋକଙ୍କ ଉପରେ ବିଶ୍ୱାସ କରିନଥିଲେ, ନୂତନ ନେତାମାନଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ବାଚନରେ ନିଜକୁ ଭୁଲି ଯାଇଥିଲେ। ଏହି କାରଣରୁ ପୁରୁଣା ନେତା ଓ କର୍ମୀମାନେ ଦଳଠାରୁ ଦୂରେଇ ଯାଇଥିଲେ। ନିଜ ଦଳର କର୍ମୀଙ୍କୁ ଏକତ୍ର କରିବା ପରିବର୍ତ୍ତେ ଦଳ ବାହାରୁ ଆସିଥିବା ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥିଲେ। ଯାହା ସ୍ମୃତି ଇରାନୀଙ୍କ ପରାଜୟର ମୁଖ୍ୟ କାରଣ ଥିଲା।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories