www.samajalive.in
Sunday, December 7, 2025
18.1 C
Bhubaneswar

ଘରେ ଶୁଆ ପାଳୁଛନ୍ତି କି? ଜାଣନ୍ତୁ ଶୁଭ ନା ଅଶୁଭ

ସମାଜ ଡିଜିଟାଲ ଡେସ୍କ: ଅନେକ ଲୋକ ଘରେ ପଶୁପକ୍ଷୀଙ୍କୁ ଗୃହପାଳିତ ଭାବରେ ରଖିବାକୁ ଭଲ ପାଆନ୍ତି। ଫଳରେ ଘରେ ସକାରାତ୍ମାକ ପ୍ରଭାବ ପଡିଥାଏ। ବାସ୍ତୁ ଓ ଧାର୍ମିକ ଅନୁସାରେ ଘରେ ବିଭିନ୍ନ ପ୍ରକାର ପକ୍ଷୀ ରଖିବା ଯେପରିକି ଶୁଆ ରଖିବା ଶୁଭଦାୟକ ନା ଅଶୁଭ ଚାଲନ୍ତୁ ଜାଣିବା…
ବାସ୍ତୁ ଅନୁସାରେ ପ୍ରାୟ ସମସ୍ତେ ଘର ନିର୍ମାଣ ଓ ଜିନିଷ କିଣାକିଣି କରିଥାନ୍ତି ଠିକ୍‌‌ ସେପରି ଘରେ ପଶୁ ପକ୍ଷୀ ରଖୁଥିଲେ ବାସ୍ତୁ ଅନୁସାରେ ରଖନ୍ତୁ। ଆମେ ଘରେ କୁକୁର, ଶୁଆ ଓ ବିଲେଇ ସାଧାରଣତଃ ରଖିଥାଉ। ଏମାନଙ୍କ ମଧ୍ୟରୁ ଶୁଆକୁ ଗୃହପାଳିତ ଭାବରେ ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଘରେ ଏହାକୁ ରଖିବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ। ସୁଖ ସମୃଦ୍ଧି ମଧ୍ୟ ବଢିଥାଏ। ଘରେ ଗୋଟିଏ ଶୁଆ ରଖିବା ଫଳରେ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ଓ ସ୍ନେହ ବଜାୟ ରହେ।

କେଉଁ ଦିଗରେ ରଖିବେ ଶୁଆ
ବାସ୍ତୁ ଅନୁସାରେ ଶୁଆକୁ ଘରେ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗରେ ରହିଲେ ଶୁଭ ଫଳାଫଳ ପ୍ରଦାନ ହୋଇଥାଏ। ଉତ୍ତର ଦିଗକୁ ବୁଧ ଗ୍ରହଙ୍କ ଦିଗ କୁହାଯାଉଥିବାରୁ ସବୁଜ ରଙ୍ଗର ପକ୍ଷୀ ବୁଧ କାରକ ଭାବରେ ବିବେଚିତ। ଶୁଆର ରଙ୍ଗ ସବୁଜ ଏବଂ ଉତ୍ତର ଦିଗରେ ରଖିବା ଦ୍ୱାରା ଶୁଭ ଫଳ ପ୍ରଦାନ କରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁଆ ମାତା ଲକ୍ଷ୍ମୀ ଏବଂ କୁବେରଙ୍କ ସହ ଜଡିତ ରହିଛି। ଶୁଆ ଘରେ ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ହେବା ସହ ବିଚାର ଶକ୍ତି ତୀକ୍ଷ୍ଣ ହେବ। ସେହିପରି ପୂର୍ବ ଦିଗ ସୂର୍ଯ୍ୟ ଦେବତାଙ୍କ ଦିଗ ହୋଇଥିବାରୁ ଏହି ଦିଗରେ ଶୁଆକୁ ରଖିବା ଦ୍ୱାରା ଶକ୍ତି ଓ ଜୀବନରେ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ର୍

- Advertisement -

କେଉଁ ଦିଗରେ ଶୁଆ ରଖିଲେ ଅଶୁଭ
ବାସ୍ତୁ ଅନୁସାରେ ଶୁଆକୁ ଘରର ଦକ୍ଷିଣ କୋଣ କିମ୍ବା ପଶ୍ମିମ ଦିଗରେ କେବେ ବି ରଖିବା ଉଚିତ ନୁହେଁ। କାରଣ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କ ଦିଗ। ଯମ ଦିଗ ଅର୍ଥାତ୍‌‌ ମୃତ୍ୟୁର ଦିଗ ବୋଲି ବିବେଚନା କରାଯାଏ। ଯଦି ଆମେ ପଶ୍ଚିମ ଦିଗ ବିଷୟରେ କହିବା ତେବେ ଏହି ଦିଗ ରାହୁଙ୍କ ଦିଗ। ଯାହାକି ଅଶାନ୍ତି ଏବଂ ସମସ୍ୟା ସୃଷ୍ଟି କରିପାରେ। ଏହି ଦୁଇଟି ଦିଗରେ ଭୁଲରେ ବି ଶୁଆ ରଖନ୍ତୁ ନାହିଁ।

ଏସି ଚଳାଇବାରେ ୯୦ ପ୍ରତିଶତ ଲୋକ କରୁଛନ୍ତି ଏହି ଭୁଲ୍‌‌

ଶୁଆକୁ ପଞ୍ଜୁରୀ ଭିତରେ ରଖୁଛନ୍ତି କି?
ଯଦି ଆପଣ ଘରେ ଶୁଆକୁ ପଞ୍ଜୁରୀ ଭିତରେ ରଖୁଛନ୍ତି, ତେବେ ବିଶେଷ ଯତ୍ନରେ ରଖନ୍ତୁ। ଯେପରିକି ଶୁଆଟି ଖୁସିରେ ରହୁଥିବ। କାରଣ ପଞ୍ଜୁରୀ ଭିତରେ ଯଦି ଶୁଆଟି ଖୁସିରେ ନଥାଏ ତେବେ ଆପଣଙ୍କ ଘରେ ଖରାପ ପ୍ରଭାବ ପକାଇଥାଏ। ଖାଲି ସେତିକି ନୁହେଁ ଆପଣଙ୍କ ଘରେ ଦୁଃଖ ବଢିବା ସହ ପ୍ରତିଦିନ ଝଗଡା ଲାଗିରହେ। ଏସବୁର ପ୍ରଭାବ ଶୁଆ ଉପରେ ମଧ୍ୟ ପଡିବା ସହିତ ସେ ମଧ୍ୟ ସେହିଭଳି ବ୍ୟବହାର କରିଥାଏ।

ଅତ୍ୟଧିକ ଗରମରେ ଖାଲି ପେଟରେ ଫଳ ଖାଉଛନ୍ତି କି; ପେଟ ପାଇଁ ହୋଇପାରେ କ୍ଷତିକାରକ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories