www.samajalive.in
Sunday, December 7, 2025
26.1 C
Bhubaneswar

ବିରୋଧୀଙ୍କ ସମାନ୍ତରାଳ ସମାବେଶ

ଭୁବନେଶ୍ୱର: ବିଜେଡିର ୨୧ତମ ପ୍ରତିଷ୍ଠା ଦିବସର ସମାନ୍ତରାଳ ଭାବେ ବିଜେପି ଆରମ୍ଭ କରିଛି ‘ଓଡ଼ିଶା ମାଗୁଛି ଜବାବ’ ଅଭିଯାନ। ବୁଧବାର ବରମୁଣ୍ଡା ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗାମୀ ଦିନରେ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳି ପରିକ୍ରମା କରି ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ରାଜ୍ୟ ବିଜେପି ଶାଖା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସଭାରେ ଉଦ୍‍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିବା ସହିତ ରେଳ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଅସହଯୋଗ ଓ ରାଜନୀତିରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ଘୋଷଣାର ଆନ୍ତରିକତା ସମ୍ପର୍କରେ ପ୍ରଶ୍ନ କରିଥିଲେ।

- Advertisement -

ସେହିପରି ବିଜେଡିର ପ୍ରତିଷ୍ଠା ଦିବସକୁ ରାଜ୍ୟ କଂଗ୍ରେସ ଶାଖା ପକ୍ଷରୁ ‘କଳା ଦିବସ’ ଭାବେ ପାଳନ କରାଯାଇଛି। କଂଗ୍ରେସ ନେତା ଓ କର୍ମୀମାନେ ମୁହଁରେ କଳାପଟି ବାନ୍ଧି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି। ‘ଆମ ଗାଁ ଆମ ଯୋଜନା’ ଓ ‘ପିଠା’ ଯୋଜନା ମାଧ୍ୟମରେ ପଞ୍ଚାୟତର କ୍ଷମତା ସଙ୍କୁଚିତ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories