www.samajalive.in
Sunday, December 7, 2025
23.1 C
Bhubaneswar

ମାତ୍ର ୩୫ ସାଂସଦ ଖର୍ଚ୍ଚ କରିଛନ୍ତି ପୂର୍ଣ୍ଣ ହାତପାଣ୍ଠି

ଚେନ୍ନାଇ: ଦେଶର ପ୍ରତ୍ୟେକ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କା ଲେଖାଏଁ ଏମ୍‍ପିଲାଡ୍‍ ଫଣ୍ଡ ବା ସଂସଦୀୟ ହାତପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ହାତପାଣ୍ଠିକୁ ପ୍ରତିବର୍ଷ ଦୁଇଟି ଲେଖାଏଁ କିସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତଥାପି ସାଂସଦମାନେ ସେମାନଙ୍କ ହାତପାଣ୍ଠିର ସମ୍ପୂର୍ଣ୍ଣ ବିନିଯୋଗ କରିପାରିନାହାନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟାନୁଯାୟୀ, ଷୋଡ଼ଶ ଲୋକସଭାର ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ମାତ୍ର ୩୫ ଜଣ ସାଂସଦ ସେମାନଙ୍କ ହାତପାଣ୍ଠିର ସମ୍ପୂର୍ଣ ବିନିଯୋଗ କରିପାରିଛନ୍ତି। ୨୦୧୪ ରୁ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସେହି ସବୁ ସଂସଦୀୟ କ୍ଷେତ୍ରରେ ସମ୍ପୂର୍ଣ୍ଣ କରାଯାଇପାରିଛି।
ତଥ୍ୟାନୁଯାୟୀ ଦକ୍ଷିଣ ଭାରତର କୌଣସି ଗୋଟିଏ ହେଲେ ସଂସଦୀୟ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଲାଡ୍‍ଫଣ୍ଡ ବିନିଯୋଗ କରିପାରିନାହାନ୍ତି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ,ଗୁଜରାଟ, ହରିଆନାରେ ଏକ ବା ଏକାଧିକ ସଂସଦୀୟ କ୍ଷେତ୍ରରେ ଲାଡ୍‍ ଫଣ୍ଡ ସମ୍ପୂର୍ଣ୍ଣ ବିନିଯୋଗ କରାଯାଇପାରିଛି। ପଶ୍ଚିମବଙ୍ଗର ୧୦ଟି ସଂସଦୀୟ କ୍ଷେତ୍ରରେ ୨୫ କୋଟି ଟଙ୍କାର ଲାଡ୍‍ଫଣ୍ଡ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରାଯାଇପାରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories