www.samajalive.in
Wednesday, December 10, 2025
15.1 C
Bhubaneswar

ବାଂଲାଦେଶୀ ସାଂସଦଙ୍କୁ କୋଲକାତାରେ ହତ୍ୟା, ଆମ ଦେଶର ଲୋକମାନେ ସମ୍ପୃକ୍ତ କହିଲେ ବାଂଲାଦେଶର ଗୃହମନ୍ତ୍ରୀ

ଡେସ୍କ: କିଛି ବାଂଲାଦେଶୀ କୋଲକାତା ନିକଟସ୍ଥ ନିଉ ଟାଉନର ଏକ ଫ୍ଲାଟରେ ଶାସକ ଆୱାମୀ ଲିଗ୍ (ଏଏଲ୍)ର ସାଂସଦ ଅନୱାରୁଲ୍ ଅଜିମ୍ ଅନାରଙ୍କୁ ହତ୍ୟା କରିଛନ୍ତି ବୋଲି ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ ବୁଧବାର କହିଛନ୍ତି। ଢାକାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଯେଉଁ ସୂଚନା ରହିଛି ତାହା ହେଉଛି ଏହି ହତ୍ୟାକାଣ୍ଡରେ ଆମ ଦେଶର ଲୋକମାନେ ସମ୍ପୃକ୍ତ ଅଛନ୍ତି।

ବାକି ଦୁଇ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର

- Advertisement -

ଭାରତୀୟ ପୋଲିସର ସୂଚନା ଆଧାରରେ ବାଂଲାଦେଶ ପୋଲିସ ଅନୱାରୁଲ ଅଜିମଙ୍କ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗୃହମନ୍ତ୍ରୀ କହିଛନ୍ତି, ଆମେ ଆଉ କିଛି ଲୋକଙ୍କୁ ଗିରଫ କରିବା ପାଇଁ କାମ କରୁଛୁ। ଏହା ଏକ ହତ୍ୟାକାଣ୍ଡ…. ଏହି ଘଟଣାରେ କୌଣସି ଭାରତୀୟ ସମ୍ପୃକ୍ତ ନଥିବାରୁ ଏଠାରେ ଏପରି କିଛି ଘଟିନାହିଁ ଯାହା ଭାରତ ସହ ସମ୍ପର୍କକୁ ଖରାପ କରିବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଆମ ଦେଶର କିଛି ଲୋକ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି।

ଦିଲ୍ଲୀ ମେଟ୍ରୋରେ ସିଟ୍ ପାଇଁ ଝଗଡା କଲେ ୨ ଯୁବତୀ, ଭିଡିଓ ଭାଇରାଲ

“ଝେନାଇଦା ଏକ ସୀମାନ୍ତ ଅଞ୍ଚଳ ଯାହା ଏହାର ଅପରାଧ ହାର ଅଧିକ ପାଇଁ ଜଣାଶୁଣା। ଅଜିମ ସେଠାରେ ସ୍ଥାନୀୟ ସାଂସଦ ଥିଲେ। ଚିକିତ୍ସା ପାଇଁ ସେ ଭାରତ ଯିବା ପରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଆମେ ଯାହା ଜାଣିଛୁ, ସେଠାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଅସଦୁଜମାନ ଖାନ କହିଛନ୍ତି, “ଆମ ପୋଲିସ ଘଟଣାର ତଦନ୍ତ କରୁଛି। ଆମେ ଖୁବଶୀଘ୍ର ହତ୍ୟାକାଣ୍ଡର କାରଣ ଖୋଜିବାରେ ସକ୍ଷମ ହେବୁ। ଏହି ହତ୍ୟାକାଣ୍ଡରେ କିଏ ସଂପୃକ୍ତ ତାହା ଜାଣିବା ପାଇଁ ଭାରତୀୟ ପୁଲିସ ମଧ୍ୟ ଉଦ୍ୟମ ଚଳାଇଛି। ଆନ୍ତର୍ଜାତିକ ସ୍ତରରେ ଯେଉଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ତାହା ଆମେ ଗ୍ରହଣ କରୁଛୁ।

ତଥ୍ୟ ଲୁଚାଇବା ନେଇ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

ସୂଚନାଯୋଗ୍ୟ, ଅନୱାରୁଲ ଅଜିମ ଅନର ମେ’ ୧୧ ତାରିଖରେ ଚିକିତ୍ସା ପାଇଁ ଭାରତ ଯାଇଥିଲେ। ମେ’ ୧୪ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ରଖିଥିଲେ। ସେବେଠାରୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଏ ନେଇ ସାଂସଦ ଅନାରଙ୍କ ପତ୍ନୀ ଏବଂ ଝିଅମାନେ ରବିବାର (ମେ ୧୯) ଢାକାସ୍ଥିତ ଡିଟେକ୍ଟିଭ୍ ବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଥିଲେ।

ସପ୍ତମ ପର୍ଯ୍ୟାୟ ନିର୍ବାଚନ – ନିର୍ବାଚନ ଲଢ଼ିବେ ୯୦୪ ପ୍ରାର୍ଥୀ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories