www.samajalive.in
Sunday, December 7, 2025
16.1 C
Bhubaneswar

ବିରିୟାନୀର ପ୍ରକୃତ ଅର୍ଥ କଣ? କେଉଁଠୁ ଆସିଲା ଏହି ନାମ

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ଯେ ଖାଦ୍ୟ କେବଳ ପେଟରେ ନୁହେଁ ବରଂ ହୃଦୟରେ ମଧ୍ୟ ନିଜର ଚିହ୍ନ ଛାଡିଯାଏ। ସେଥିପାଇଁ ବୋଧେ ଲୋକମାନେ ସେମାନଙ୍କର ପ୍ରିୟ ଖାଦ୍ୟକୁ ଖାଇବା ବେଳେ ଟିକେ ଭାବବିହ୍ୱଳ ହୋଇଯାଆନ୍ତି। ପ୍ରତ୍ୟେକ ଦିନ ଯାହା ଖାଦ୍ୟ ଖାଉ ତାହାର ସ୍ୱାଦ, ରଙ୍ଗ ରୂପ ଆମକୁ ସ୍ମରଣୀୟ କରି ରଖିଥାଏ। ଏପରି ଏକ ଖାଦ୍ୟ ହେଉଛି ବିରିୟାନୀ। ଏହା ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ସେ ଭେଜ ହେଉ କି ନନ୍‌‌ଭେଜ୍‌‌ ଅନେକ ଉପାୟରେ ପ୍ରସ୍ତୁତ କରାଯାଇ ପରଷା ଯାଇଥାଏ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ବିରିୟାନୀର ପ୍ରକୃତ ଅର୍ଥ କଣ? ବିରିୟାନୀ ଶଦ୍ଦ କେଉଁଠୁ ଆସିଲା ? ଚାଲନ୍ତୁ ଜାଣିବା ଏସମ୍ପର୍କରେ
ପ୍ରତିବର୍ଷ ଜୁଲାଇର ପ୍ରଥମ ରବିବାର ସାରା ବିଶ୍ୱରେ ବିରିୟାନୀ ଦିବସ ଭାବେ ପାଳନ କରାଯାଏ। ଦେଶର କୋଣ ଅନୁକୋଣରେ ଏହାର ସ୍ୱାଦକୁ ନେଇ ଚର୍ଚ୍ଚା ହୋଇଥାଏ। କୋଲକାତା, ଲକ୍ଷେ୍ନø, ହାଇଦ୍ରାବାଦ, ଚଣ୍ଡିଗଡ, ଅହମ୍ମଦାବାଦ, ମୁମ୍ବଇ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସହରରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବିରିୟାନି ପ୍ରସ୍ତୁତ କରାଯାଇ ଲୋକଙ୍କୁ ପରସା ଯାଏ। ବିରିୟାନିର ସ୍ୱାଦ ଲୋକଙ୍କ ହୃଦୟକୁ ଏତେ ପରିମାଣରେ ଛୁଇଁଥାଏ ଯେ ବରିୟାନି ନାମ ଶୁଣିବା ମାତ୍ରେ କିଛି ଜଣଙ୍କ ପାଟିରୁ ଲାଳ ଆସିଯାଏ।
ଚାଉଳ, ମାଂସ ଏବଂ ତେଲରେ ବିରିୟାନି ପ୍ରସ୍ତୁତ କରାଯାଏ। ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍‌‌, ପ୍ରୋଟିନ୍‌‌ ଏବଂ ଫ୍ୟାଟ୍‌‌ ମିଳିଥାଏ। ଏହା ଶରୀର ପାଇଁ ବିଶେଷ ଉପଯୋଗୀ। ବିରିୟାନୀରେ ହଳଦୀ, କେସର ଭଳି ମସଲା ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ କାମ କରେ। ତଥାପି ଅତ୍ୟଧିକ ମସଲା ଯୁକ୍ତ ବିରିୟାନିଠାରୁ ଦୂରେଇ ରୁହନ୍ତୁ।
ଦେଶରେ ପ୍ରାୟ ୧୦ପ୍ରକାରର ବିରିୟାନୀ ଉପଲବ୍ଧ ହେଉଛି। କୋଲକାତା ଓ ହାଇଦ୍ରାବାଦ ବିରିୟାନୀ ସବୁଠୁ ଅଧିକ ସ୍ୱାଦିଷ୍ଟ ବୋଲି କୁହାଯାଏ। ଘରେ ବିରିୟାନୀ ପ୍ରସ୍ତୁତ କରୁଥିଲେ କିଛି ଟିପ୍ସ ଆପଣାନ୍ତୁ ଦୋକାନ ବିରିୟାନୀ ଭଳି ସ୍ୱାଦ ଦେବ। ବିରିୟାନୀ ଏକ ପାର୍ସୀ ଶଦ୍ଦ ବିରିୟାନ୍‌‌ ରୁ ଆସିଛି। ଯାହାର ଅର୍ଥ ହେଉଛି ରାନ୍ଧିବା ପୂର୍ବରୁ ଭଜା କିମ୍ବା ଗ୍ରିଲ୍‌‌ ହେବା।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories