www.samajalive.in
Tuesday, December 9, 2025
15.1 C
Bhubaneswar

ଟାବଲେଟର ଦାମ୍ ଏତେ ଟଙ୍କା କମାଇଲା ସାମସଙ୍ଗ, ଶୀଘ୍ର କିଣନ୍ତୁ

ନୂଆଦିଲ୍ଲୀ : ସାମସଙ୍ଗ ନିକଟରେ ଗାଲାକ୍ସି ଏସ୍-ସିରିଜର ସ୍ମାର୍ଟଫୋନର ଦାମ୍ ହ୍ରାସ କରିଥିଲା । ଏବେ କମ୍ପାନୀ ଭାରତରେ ନିଜ ଗତ ବର୍ଷ ଲଞ୍ଚ୍ ହୋଇଥିବା ଆଣ୍ଡ୍ରଏଡ୍ ଟାବଲେଟର ଦାମ୍ କମାଇଛି । ଯଦି ଆପଣ ଗାଲାକ୍ସି ଟ୍ୟାବ୍ ଏ୯ ପ୍ଲସ୍ କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । କମ୍ପାନୀ ଏହାର ଦାମ୍ ୩ ହଜାର ଟଙ୍କା ହ୍ରାସ କରିଛି ।

ଏହି ମଡେଲକୁ କମ୍ପାନୀ ଗତ ବର୍ଷ ଅକ୍ଟୋବରରେ ଲଞ୍ଚ୍ କରିଥିଲା । କମ୍ପାନୀ ୮ ଜିବି ଏବଂ ୧୨୮ ଜିବି ଓ୍ବାଇଫାଇ ଭର୍ସନର ଦାମ୍ ୨୦,୯୯୯ ଟଙ୍କା ଏବଂ ୪ ଜିବି ଏବଂ ୬୪ ଜିବି ୫ଜି ଭେରିଏଣ୍ଟର ଦାମ୍ ୨୨,୯୯୯ ଟଙ୍କା ରଖିଥିଲା । ଏବେ ଦାମ୍ ୩ ହଜାର ଟଙ୍କା ହ୍ରାସ କରିଛି କମ୍ପାନୀ । ଅର୍ଥାତ୍ ଉଭୟ ମଡେଲକୁ ଦାମ୍ ଅପେକ୍ଷା ୩ ହଜାର ଟଙ୍କା କମରେ କିଣିପାରିବେ ଗ୍ରାହକ ।

ଲାପଟପ୍‌ ଏବଂ ଟାବଲେଟ୍‌ ଆମଦାନୀ ଉପରେ କଟକଣା ଲଗାଇଲା ଭାରତ

- Advertisement -

ଏହି ମଡେଲରେ ୧୧ ଇଞ୍ଚର ଡିସପ୍ଲେ ସହିତ ୯୦ ହର୍ଜର ରିଫ୍ରେଶ୍ ରେଟ୍ ମିଳୁଛି । ଅକ୍ଟାକୋର୍ କ୍ବାଲକମ୍ ସ୍ନାପଡ୍ରାଗନ ୬୯୫ ଚିପସେଟ୍ ସହିତ ଆସିଥାଏ ଏହି ମଡେଲ । ଏଥିରେ ୮ ଏମପିର ମେନ୍ କ୍ୟାମେରା ସହିତ ୫ ଏମପିର ସେଲ୍ଫି କ୍ୟାମେରା ରହିଛି । ଏହି ଟ୍ୟାବରେ ୭୦୪୦ ଏମଏଏଚର ବ୍ୟାଟେରୀ ଏବଂ ୧୫ ଡବ୍ଲୁ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories