www.samajalive.in
Sunday, December 7, 2025
23.1 C
Bhubaneswar

ଫର୍ମ ଫେରିପାଇବା ପ୍ରସଙ୍ଗରେ ଷ୍ଟାର୍କଙ୍କ ମନ୍ତବ୍ୟ, ‘ମୋ ଶ୍ରେଷ୍ଠ ପ୍ରଶଂସକ ଗ୍ୟାଲେରୀରେ ଥିଲେ’

ମୁମ୍ବଇ: ଶୁକ୍ରବାର ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୨୪ ରନ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପରାସ୍ତ କରିଥିଲା। ଏହି ମ୍ୟାଚ୍‌​ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେକେଆର୍‌ର ବରିଷ୍ଠ ଫାଷ୍ଟବୋଲର ମିଚେଲ ଷ୍ଟାର୍କ। ସେ ୪ଟି ୱିକେଟ ନେଇ ଫର୍ମ ଫେରି ପାଇବାର ରହସ୍ୟ ହେଉଛି ଗ୍ୟାଲେରୀରେ ତାଙ୍କ ପତ୍ନୀ ଆଲିସା ହିଲି ଉପସ୍ଥିତ ରହିବା।

ତେବେ ଏହି ମ୍ୟାଚ୍‌ର ପୂର୍ବରୁ ଅଷ୍ଟ୍ରେଲିଆର ବାମହାତି ଫାଷ୍ଟବୋଲର ଷ୍ଟାର୍କ ୮ଟି ମ୍ୟାଚ୍‌ ଖେଳି ମାତ୍ର ୭ଟି ୱିକେଟ୍‌ ନେଇଥିବା ବେଳେ ଓଭର ପିଛା ୧୧ରୁ ଅଧିକ ରନ୍‌ ଦେଇଥିଲେ। ତେଣୁ ତାଙ୍କ ଫର୍ମକୁ ନେଇ କେକେଆର୍ ଦଳ ବେଶ୍ ଚିନ୍ତିତ ଥିଲା। କାରଣ ମିଚେଲ ଷ୍ଟାର୍କ ହେଉଛନ୍ତି ଆଇପିଏଲ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି। ଗତ ନିଲାମରେ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କା ମୂଲ୍ୟରେ କେକେଆର୍ କିଣିଥିଲା। ତେଣୁ ଷ୍ଟାର୍କ ଦଳର ମ୍ୟାଚ୍‌ ବିଜେତା ହେବା କଥା।

- Advertisement -

ହେଲେ ଚଳିତ ସଂସ୍କରଣ​ରେ ଏହା ଦେଖିବାକୁ ମିଳିନଥିଲା। ପ୍ରଥମ ୮ଟିରୁ ୪ଟି ମ୍ୟାଚ୍‌ରେ ତ ତାଙ୍କୁ ୱିକେଟ୍‌ ମିଳିନଥିଲା। ହେଲେ ଶୁକ୍ରବାର ମୁମ୍ବଇ ବିପକ୍ଷରେ ମିଚେଲ ଷ୍ଟାର୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୩.୫ ଓଭରରୁ ୩୩ ରନ୍‌ଦେଇ ୪ଟି ୱିକେଟ୍‌ ନେଇଥିଲେ।

ତାଙ୍କ ପ୍ରଥମ ଓଭରରେ ଈଶାନ୍‌ କିଷନ୍‌ଙ୍କୁ ବୋଲ୍‌ଡ କରିଥିଲେ ଷ୍ଟାର୍କ। ୨ ଓଭରରୁ ୩୨ ରନ୍‌ ଆବଶ୍ୟକ ଥିବା ବେଳେ ଷ୍ଟାର୍କ ୧୯ଶ ଓଭର ବୋଲିଂକରି ୪ଟି ବଲ୍‌ରେ ମାରାତ୍ମକ ଟିମ୍ ଡେଭିଡ୍‌ଙ୍କ ସହ ୩ଟି ୱିକେଟ୍‌ ନେଇ ଦଳକୁ ଜିତାଇଥିଲେ। ଶେ​‌ଷ ୱିକେଟ୍‌ ନେବା ପରେ ଷ୍ଟାର୍କ ଏପରି ଉତ୍ସବମୁଖର ହୋଇଥିଲେ; ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା। ବୋଲିଂ ଫର୍ମ ଫେରି ପାଇଥିବାରୁ ଷ୍ଟାର୍କ ବହୁତ ଖୁସି ଅଛନ୍ତି।

ଉକ୍ତ ମ୍ୟାଚ୍‌ ପରେ ସାଥୀ ଖେଳାଳି ଭେଙ୍କଟେଶ ଆୟରଙ୍କ ସହ ଭିଡିଓ ବାର୍ତ୍ତାଳାପ ବେଳେ ଷ୍ଟାର୍କ କହିଥିଲେ- ମୋ ଫର୍ମ ଫେରିଆସିଲା; କାରଣ ମୋର ଶ୍ରେଷ୍ଠ ସମର୍ଥକ ଏଠାରେ ଥିଲେ। ତାଙ୍କ ପତ୍ନୀ ତଥା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳର ଅଧିନାୟକ ଆଲିସା ହିଲି ଶୁକ୍ରବାର ମ୍ୟାଚ୍‌ ବେଳେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ବସିଥିବା ବିଷୟରେ ଷ୍ଟାର୍କ କହିଥିଲେ। ଭେଙ୍କଟେଶ ତାଙ୍କୁ କହିଥିଲେ- ମୁଁ ପଚାରିବାକୁ ଚାହୁଁଛି ଆଜି ଯାଏ ଆଲିସା ହିଲିଙ୍କୁ କେଉଁଠି ଲୁଚାଇ ରଖିଥିଲ?

ଜବାବରେ ଷ୍ଟାର୍କ କହିଥିଲେ- ବହୁତ ଦିନ ଧରି କ୍ରିକେଟ୍‌ ଖେଳୁଥିବାରୁ ଆଲିସା ଘରେ ଥିଲେ। ଏବେ ଏଠାକୁ ସେ ଆସିଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଆଲିସା ରହିବେ। ତେଣୁ ମୁଁ ଭାବୁଛି ମୋ ପାଇଁ ଏହା ଏକ ଶୁଭ ସଙ୍କେତ। ପରେ ଭେଙ୍କଟେଶ ହସିହସି କହିଥିଲେ, ତା’ହେଲେ ଆମେ ଆଲିସାଙ୍କୁ ଧନ୍ୟବାଦ ଜଣାଇବା ଉଚିତ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories