www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଚେନ୍ନଇ ସୁପର କିଙ୍ଗ୍ସ-ପଞ୍ଜାବ କିଙ୍ଗ୍ସ ଟକ୍କର

ଚେନ୍ନଇ :  ଆଇପିଏଲ୍‌  ମହାସମର।  ବୁଧବାର ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ଚେନ୍ନଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲଢେଇ ହେବ।  ଚେନ୍ନଇ ସୁପରକିଙ୍ଗ୍ସ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ୯ଟି ମ୍ୟାଚରୁ ୩ଟି ବିଜୟ ଓ ୬ଟି ପରାଜିତ ହୋଇଛି। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଚେନ୍ନଇ ଅପେକ୍ଷା ପଞ୍ଜାବ ପାଇଁ ଉକ୍ତ ମ୍ୟାଚ ଜିତିବା ଜରୁରୀ । ଋତୁରାଜ ଗାଏକ୍‌ୱାଡ୍‌ଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ଶେଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭୮ରନରେ ପରାସ୍ତ କରିଥିଲା। ଓପନିଂରେ ଋତୁରାଜ ଗାଏକ୍ବାର୍ଡ, ଅଜିଙ୍କ୍ୟ ରାହାଣେ ନିୟମିତ ରନ କରୁଥିବାବେଳେ ଡ୍ୟାରେଲ ମିଚେଲ, ଶିଭମ ଦୁବେ, ​‌ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନି ଫର୍ମରେ ରହିଛନ୍ତି। ଋତୁରାଜ ୪୪୭ ଓ ଦୁବେ ୩୫୦ରନ କରିଛନ୍ତି। ଧୋନି ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂ ବିଭାଗରେ ତୁଷାର ଦେଶପାଣ୍ଡେ ସନରାଇଜର୍ସ ବିପକ୍ଷ ଶେଷ ମ୍ୟାଚରେ ୪ଟି ୱିକେଟ ନେଇ ଫର୍ମର ପରିଚୟ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୁସ୍ତାଫିଜୁର ରେହମାନ,ଦୀପକ ଚହର, ରବୀନ୍ଦ୍ର ଜାଡେଜା,ମୋଇନ ଅଲ୍ଲୀ, ସାର୍ଦୁଳ ଠାକୁର ଓ ମାଥିଶା ପାଥିରାଣା ରହିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଦଳ ବହୁତ ଶକ୍ତିଶାଳୀ ରହିଛି। ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରି ଟେବୁଲର ଉପରକୁ ଉନ୍ନୀତ ହେବାକୁ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଶେଷ ମ୍ୟାଚରେ କଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା। ବ୍ୟାଟିଂରେ ଜନି ବେୟାରଷ୍ଟୋ ଫର୍ମକୁ ଫେରିବା ଦଳକୁ ବଡ଼ ଶକ୍ତି ଯୋଗାଇଛି। ଆହତ କାରଣରୁ ଦଳଠାରୁ ଦୂରରେ ରହିଥିବା ଓପନର ଶିଖର ଧାୱନ ବୁଧବାର ମ୍ୟାଚ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories