www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟ ବାହାର ଭୋଟରଙ୍କ ଉପରେ ନଜର

ଗୋପାଳପୁର: ଆସନ୍ତା ମାସ ୧୩ ତାରିଖରେ ହେବ ଗୋପାଳପୁର ନିର୍ବାଚନମଣ୍ଡଳୀର ଭୋଟଗ୍ରହଣ। ଏଥିପାଇଁ ଧିରେ ଧିରେ ଏଠାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ସବୁ ଦଳ ଏବେ ନିଜ ପାଇଁ ଭୋଟ ଯୋଗାଡ଼ କରିବାରେ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଶେଷକରି ଏଠାରୁ ଦାଦନ ଖଟିବାକୁ ଯାଇଥିବା ଯୁବ ପିଢି ଏବଂ ଅନ୍ୟତ୍ର ଚାକିରି କରିବାକୁ ପରିବାର ସହ ପଳାଇଯାଇଥିବା ଭୋଟରମାନଙ୍କୁ ମତଦାନ ଦିନ କିଭଳି ଗାଁ’କୁ ଅଣାଯିବ ତାହା ଉପରେ ସବୁ ରାଜନୈତିକ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି।

ସାରା ରାଜ୍ୟରେ ଚଳିତ ଥର ଗୋପାଳପୁର ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ଚଳିତ ନିର୍ବାଚନରେ ଗୋପାଳପୁରରେ ଦୁଇ ହେବିୱେଟଙ୍କ ମଧ୍ୟରେ ଲଢ଼େଇ ହେଉଥିବାରୁ ନିର୍ବାଚନୀ ବାତାବରଣ ଉଷ୍ମ ହୋଇଉଠିଛି। ଚଳିତ ନିର୍ବାଚନରେ ଗୋପାଳପୁର ଆସନ ପାଇଁ ମୋଟ ୧୧ ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଜେଡି ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେପି ପକ୍ଷରୁ ବିଭୂତି ଭୂଷଣ ଜେନା, ଜାତୀୟ କଂଗ୍ରେସ ପକ୍ଷରୁ ଶ୍ୟାମସୁନ୍ଦର ସାହୁ, ଆମ ଆଦମୀ ପାର୍ଟ ପକ୍ଷରୁ ପି ନୀଳକଣ୍ଠ ରେଡ୍ଡୀ, ବହୁଜନ ସମାଜ ପାର୍ଟି ପକ୍ଷରୁ ସନ୍ତୋଷ କୁମାର ଦାସ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଏସ କୁମାରୀ ମମତା, ଭାରତୀୟ ବିକାଶ ପରିଷଦ ପକ୍ଷରୁ କେ. ତୁଳାସାୟା ରେଡ୍ଡୀ, ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଶୁଭସ୍ମିତା ପାଣିଗ୍ରାହୀ ଏବଂ ସ୍ବାଧୀନ ଭାବେ ଉମାଚରଣ ନାୟକ, ଟି.ପଦ୍ମାବତୀ ଓ ମନୋରଞ୍ଜନ ସାହୁ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କୁମାରୀ ମମତା ଓ ଟି ପଦ୍ମାବତୀ ଗୋପାଳପୁର ଏନ୍‌ଏସିର।
ତେବେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ସଂଖ୍ୟାଧିକ ଯୁବ ମତଦାତା, ମତ୍ସ୍ୟଜୀବୀ ଓ ଅନ୍ୟତ୍ର ଚାକିରି କରୁଥିବା ଭୋଟର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଅନୁମାନ କରାଯାଉଛି। ତେଣୁ ଜିଲା ତଥା ରାଜ୍ୟ ବାହାରେ ରହୁଥିବା ଭୋଟରମାନଙ୍କୁ ଭୋଟ ସମୟରେ ଗାଁକୁ ଫେରାଇ ଆଣିବାକୁ ରାଜନୈତିକ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। ବିଶେଷ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ସହସ୍ରାଧିକ ମତ୍ସ୍ୟଜୀବୀ ରହୁଛନ୍ତି।

- Advertisement -

ଏବେ କାମଧନ୍ଦା ଅଭାବରୁ ଶହଶହ ମତ୍ସ୍ୟଜୀବୀ ଏବେ ଚେନ୍ନଇ, ଗୋଆ ସମେତ ଗୁଜୁରାଟ ଅଞ୍ଚଳକୁ ଯାଇ ମାଛଧରା କାମରେ ନିୟୋଜିତ ଅଛନ୍ତି। ଅଞ୍ଚଳର ବହୁ ମତ୍ସ୍ୟଜୀବୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି। ଶିଳ୍ପର ଅଭାବ ଯୋଗୁଁ ଗତ ୩ ବର୍ଷ ହେଲା ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀ ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ଚାକିରି କରିବାକୁ ଚାଲି ଯାଇଛନ୍ତି। ସେହିପରି ଅଞ୍ଚଳର ବହୁ ପରିବାର ସାମରିକ ବିଭାଗ ସହ ବିଭିନ୍ନ ସରକାରୀ ଓ‌ ବେସରକାରୀସ୍ତରରେ କାମ କରିବାକୁ ପଡୋଶୀ ରାଜ୍ୟମାନଙ୍କରେ ରହୁଛନ୍ତି। ଏଣୁ ଏହି ସବୁ ମତଦାତାଙ୍କୁ ଗାଁ’କୁ ଫେରି ଆସିବାକୁ ଗାଁ ସ୍ତରରେ ରହିଥିବା ନେତାମାନେ ଫୋନ କରି ନିବେଦନ କରୁଥିବା ଦେଖିବାକୁ ମିଳିଛି। ତେଣୁ କେତେ ସଂଖ୍ୟକ କେବଳ ଭୋଟ ଦେବା ପାଇଁ ମତ୍ସ୍ୟଜୀବୀ ଓ ଯୁବ ଭୋଟର ଗାଁ ମୁହାଁ ହେବେ ତାହା ଅସ୍ପଷ୍ଟ ରହିଛି। ଏଠାରେ ବିଜେଡି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଉଥିବାବେଳେ ରାଜ୍ୟ ବାହାରେ ରହୁଥିବା ତଥା ନିୟମିତ ଭୋଟ ଦେଉନଥିବା ଭୋଟରମାନେ ଏଥର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଅନୁମାନ କରାଯାଉଛି। ତେଣୁ ଏହି ସବୁ ଭୋଟ୍‌ କିଭଳି ହାତେଇବେ ତାହା ଉପରେ ରାଜନୈତିକ ଦଳ ପକ୍ଷରୁ ଯୋଜନା ଚାଲିଛି।

ଅନ୍ୟପଟେ ଦୀର୍ଘ ବର୍ଷ ପରେ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ଜିଲାରୁ କେତେ ଜଣ ଦାଦନ କେଉଁ ରାଜ୍ୟକୁ ଯାଇଛନ୍ତି ତାହାର ସଠିକ ତଥ୍ୟ ଆକଳନ କରା ଯାଇ ନପାରିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ଜଣାପଡ଼ୁ ନାହିଁ। ତେବେ ନିର୍ବାଚନ ପୂର୍ବରୁ ବାହାରେ ରହୁଥିବା ସଂଖ୍ୟାଧିକ ମତଦାତା ନିଶ୍ଚିତ ଭାବେ ନିଜ ନିର୍ବାଚନମଣ୍ଡଳୀକୁ ଫେରିବା ସମ୍ଭାବନା ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories