www.samajalive.in
Tuesday, December 9, 2025
26.1 C
Bhubaneswar

ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀରେ ଯୋଗଦେଲେ ମୋଦୀ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ କାଭାଡ଼ିଆ କଲୋନିଠାରେ ଆୟୋଜିତ ପୁଲିସ ମହାନିର୍ଦ୍ଦେଶକ ଓ ଆଇ.ଜି.ମାନଙ୍କ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ଏକତାର ପ୍ରତିମୂର୍ତ୍ତି ବା ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ ନିକଟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ଶ୍ରୀ ମୋଦୀ ଆଜି ସେଠାରେ ପହଞ୍ଚଥିଲେ। ଏକତାର ପ୍ରତିମୂର୍ତ୍ତିଠାରେ ଆୟୋଜିତ ‘ଏକ୍‍ ଭାରତ ଶ୍ରେଷ୍ଠ ଭାରତ୍‍’ ପ୍ୟାରେଡ୍‍ ଉତ୍ସବରେ ଶ୍ରୀ ମୋଦୀ ଅଭିବାଦନ ଗ୍ରହଣ କରିଛନ୍ତି।
ଡିଜିପି ମାନଙ୍କର ଏହି ବାର୍ଷିକ ସମ୍ମିଳନୀରେ ଦେଶର ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ସୁରକ୍ଷା ଓ ନିରାପତ୍ତା ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏହି ସମ୍ମିଳନୀକୁ ଉଦ୍‍ଘାଟନ କରିଥିଲେ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ, ସୀମାପାର ଆତଙ୍କବାଦ ଓ ଯୁବକମାନଙ୍କୁ ମୌଳବାଦରେ ସାମିଲ କରିବା ଆଦି ପ୍ରସଙ୍ଗ ସମ୍ମିଳନୀର ମୁଖ୍ୟ ଆଲୋଚନାର ବିଷୟ ରହିବ।
ଶନିବାର ଶ୍ରୀ ମୋଦୀ ବିଜେପି ମହିଳା କର୍ମୀ ଓ ନେତାମାନଙ୍କୁ ଗାନ୍ଧିନଗର ନିକଟସ୍ଥ ଅଦାଲଜ୍‍ ଗାଁଠାରେ ଉଦ୍‍ବୋଧନ ଦେବେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories