ଦ୍ୱାରସୁଣି : ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି। ମଙ୍ଗଳବାର ଜିଲାର ବାଙ୍ଗିରିପୋଷୀ ଅଞ୍ଚଳର ଜଗନ୍ନାଥ ଗିରି(୬୦) ନାମକ ଜଣେ ବ୍ୟକ୍ତି ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ସମୟରେ ମେଡିକାଲରେ ଥିବା କର୍ମଚାରୀ ତାଙ୍କୁ ଏକ୍ସପାଏରୀ ସରିଯାଇଥିବା ସାଲାଇନ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଛି। ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁସାରେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Popular Categories



