www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ଜହ୍ନଦେଖା, ଗୁରୁବାର ପାଳନ ହେବ ଇଦ୍

କଟକ : ବୁଧବାର ଇଦ୍‌‌ ପାଇଁ ଚାନ୍ଦ ଦେଖାର ସଞ୍ଜ। ସତେଇଶତମ ତରାବୀର ରବିବାର ରାତିରେ ପାଳିତ ହୋଇଛି ‘ସବୈକଦର୍‌‌’। ମଙ୍ଗଳବାର ଶେଷ ତରାବୀପାଠ ହୋଇଯାଇଛି। ମସଦିଦ ସବୁ ରାତି ସାରା ଖୋଲା ରହିଥିଲା। ମୁସଲମାନ୍‌‌ ପରିବାରର ଘରେ ଘରେ ଏବଂ ମସଜିଦରେ ସାରା ରାତି ଚାଲିଥିଲା ନମାଜ ପାଠ। ବୁଧବାର ସଞ୍ଜରେ ଚାନ୍ଦ ଦେଖିବା ପରେ ଗୁରୁବାର ଇଦ ପାଳନ ହେବ। ଇଦ୍‌‌ ଉଲ ଫିତର ପର୍ବ ପାଇଁ ମସଜିଦ୍‌‌ ସବୁ ସଜାଇ ଦିଆଯାଇଛି। ଇଦ ସକାଳୁ ଯେମିତି ମସଜିଦରେ ଭିଡ, ସନ୍ଧ୍ୟାରେ ବି ସେମିତି ବଜାର ଘାଟରେ ଗହଳି ଦେଖିବାକୁ ମିଳିବ। ସହରର ମୁସଲମାନ୍‌‌ ଘରେ ଘରେ ପର୍ବ ପାଳନର ହର୍ଷୋଲ୍ଲାସ। କଟକ ସହରରେ ଇଦ୍‌‌ଗାହ, ସାହି କିଲ୍ଲା, ଜାମା, ପଲଟନ୍‌‌, ସୁଲତାନିୟା, ତାତାର ଖାଁ, ଉଜାଲେ ଖାଁ ମସଜିଦ୍‌‌, କଦମ୍‌‌-ଏ-ରସୁଲ ସାହି ମସଜିଦ, ସେହିଭଳି କେଶରପୁରର ବଡି ଓ ଛୋଟି ମସଜିଦ, ନିମସାହି ମସଜିଦରେ, ମଙ୍ଗଳାବାଗର ଅହଲେ ସୁନ୍ନତ୍‌‌ ୱଲ୍‌‌ ଜମାତ୍‌‌ ରଜ୍ଜା ମସଜିଦ୍‌‌, ବାଲୁବଜାରର ଜାମା ମସଜିଦ୍‌‌, ଦରଘାବଜାରର ମୋତି ମସଜିଦ୍‌‌ ଆଦିରେ ହଜାର ହଜାର ନମାଜିଙ୍କ ଗହଳି ଲାଗିବ। ମୁସଲମାନ ଭାଇମାନେ ଏଠି ନମାଜ ପାଠ ପାଇଁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଗହଳି ଲଗାଇଥାନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories