www.samajalive.in
Tuesday, December 9, 2025
23.1 C
Bhubaneswar

ଦେବ ପ୍ରକାଶ ଶତପଥୀ ଓଜେଇଇର ଭାରପ୍ରାପ୍ତ ଅଧ୍ୟକ୍ଷ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ପ୍ରଫେସର ଦେବ ପ୍ରକାଶ ଶତପଥୀ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଓଜେଇଇର ସଦସ୍ୟ ଥିଲେ। ଦୀର୍ଘ ବର୍ଷ ହେଲା ସଦସ୍ୟ ଥିବାରୁ ପରୀକ୍ଷା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି, ତେଣୁ ଆଗାମୀ ଦିନରେ ଓଜେଇଇ ପରୀକ୍ଷା ସୂଚାରୁ ରୂପେ ନିର୍ବାହ କରିବେ ବୋଲି ଶ୍ରୀ ଶତପଥୀ ମତ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପ୍ରଫେସର ପ୍ରବୀଣ କର ଓଜେଇଇ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ଶ୍ରୀ କର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରଫେସର ଥିବାବେଳେ ତାଙ୍କୁ ଓଜେଇଇ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା।

ସୂଚନାଯୋଗ୍ୟ, ପ୍ରଫେସର କର ଫେବୃଆରୀରୁ ତାଙ୍କ ନିଜ ପଦବୀକୁ ଫେରିଥିବା ବେଳେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ସାଧାରଣ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହେବାଦ୍ବାରା ସରକାରଙ୍କ ପକ୍ଷରୁ ଅଧ୍ୟକ୍ଷ ପଦ ପୂରଣ କରାଯାଇ ପାରି ନଥିଲା। ଆଗକୁ ପରୀକ୍ଷା ଥିବାରୁ ଓଜେଇଇ ପକ୍ଷରୁ ବରିଷ୍ଠ ସଦସ୍ୟ ଶ୍ରୀ ଶତପଥୀଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ସରିବା ପରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ସମ୍ଭାବନା ରହିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories