www.samajalive.in
Sunday, December 7, 2025
13.1 C
Bhubaneswar

ରାଫେଲ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ : ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ  ସମେତ ରାଫେଲ କାରବାରକୁ କେନ୍ଦ୍ର କରି ହଟ୍ଟଗୋଳ ଲାଗି ରହିବାରୁ ମଙ୍ଗଳବାର ଦିନକ ପାଇଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି।
ରାଫେଲ କାରବାରକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ହେବାରୁ ଲୋକସଭାକୁ ମଙ୍ଗଳବାର ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ ଅବକାଶ ପରେ ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବାମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ହୋ-ହାଲ୍ଲା କରିବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିରୋଧୀଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ ଓ ଶାସକ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ରାଫେଲ କାରବାର ଉପରେ ଜେପିସି ତଦନ୍ତ ପାଇଁ ଦାବି କରିଥିଲେ। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏ ନେଇ ସୁପ୍ରିମ କୋର୍ଟଙ୍କ ରାୟ ବିଷୟରେ କହିଥିଲେ କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ସରକାର ବିରୋଧୀ ଧ୍ୱନି ଦେବା ସହିତ ପାଟିତୁଣ୍ଡ କରିଥିଲେ। ବାଚସ୍ପତି ସୁମିତ୍ରା ମହାଜନଙ୍କ ଅନୁରୋଧ ପରେ ମଧ୍ୟ ଗୃହରେ ପାଟିତୁଣ୍ଡ ଲାଗି ରହିବାରୁ ସେ ଦିନକ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ରାଫେଲ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଯୁକ୍ତି ତର୍କ ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରିସ୍ଥିତକୁ ଲକ୍ଷ୍ୟ କରି ଗୃହର ଅଧ୍ୟକ୍ଷ ଏମ୍‍. ଭେଙ୍କେୟା ନାଇଡୁ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories