www.samajalive.in
Sunday, December 7, 2025
23.1 C
Bhubaneswar

ଜମିବାଡିକୁ କେନ୍ଦ୍ର କରି ଗୁଳିମାଡ ; ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡା : ଜମି ପାଇଁ ଜଣେ ଯୁବକ ନିଜ ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମରେ ଘଟିଛି। ଯୁବକଙ୍କ ଗୁଳିମାଡରେ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଗୁରୁତର ହୋଇ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମର ରାମଚନ୍ଦ୍ର ପଧାନୀ (୪୩)ଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇ ଗୋବିନ୍ଦ ଦଣ୍ଡସେନାଙ୍କର ଜମିବାଡିକୁ ମାମଲାକୁ ନେଇ ବିବାଦ ଲାଗି ରହିଥିଲା। ତେବେ ସୋମବାର ଦିନ ରାମଚନ୍ଦ୍ର ତାଙ୍କ ଭାଇ ନିଧି ପଧାନୀଙ୍କ ସହ ଯାଇଥିଲେ। ଏହି ସମୟରେ ଦଣ୍ଡସେନା ଏକ ବନ୍ଧୁକରେ ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି  ପିଠି​‌ରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁଳିମାଡରେ ନିଧି ମଧ୍ୟ ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଧିଙ୍କୁ ଉଦ୍ଧାର କରି ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଛି।

- Advertisement -

 

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories