www.samajalive.in
Sunday, December 7, 2025
14.1 C
Bhubaneswar

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ; ସିରିଜ୍ ୧-୧ରେ ବରାବର

ପର୍ଥ : ପରାଜୟ ଆଶଙ୍କାରେ ଥିବା ଭାରତ ଶେଷରେ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି । ଭାରତକୁ ୧୪୬ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର ରଖିବାରେ ସଫଳ ହୋଇଛି।
ବିଜୟ ପାଇଁ ୨୮୭ ରନର ପିଛା କରି ଭାରତ, ମଙ୍ଗଳବାର ୨ୟ ଟେଷ୍ଟର ପଞ୍ଚମ ଦିନରେ ୧୪୦ ରନ କରି ଅଲ ଆଉଟ ହୋଇଯାଇଥିଲା । ଫଳରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୨ୟ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି।

Photo Courtesy : Crick info

ମଙ୍ଗଳବାର ପର୍ଥ ଟେଷ୍ଟର ପଞ୍ଚମ ଦିନରେ ଭାରତ ଦ୍ୱିତୀୟ ଇନିଂସର ଅପରାଜିତ ପାଳି ୧୧୨/୫ରୁ ଖେଳ ଆରମ୍ଭ କରିଥିଲା । ତେବେ ଆଉ ମାତ୍ର ୨୮ ରନରେ ୫ ୱିକେଟ ହରାଇ ଭାରତ ପରାସ୍ତ ହୋଇଥିଲା । ହନୁମା ବିହାରୀ (୨୮ ରନ) ସଂଗ୍ରହ କରି ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ଋଷଭ ପନ୍ତ ୩୦ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ସେ ନାଥନ ଲାୟନଙ୍କ ବଲରେ ପିଟର ହ୍ୟଣ୍ଡସକମଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ଉମେଶ ଯାଦବ ୨ ରନ କରି ଆଉଟ ହୋଇଥିଲେ । ପରେ ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରା କୌଣସି ରନ ନ କରି ଆଉଟ ହୋଇଥିଲେ। ଭାରତର ଶେଷ ୫ଟି ୱିକେଟ ମାତ୍ର ୨୮ ରନରେ ପଡିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ନାଥନ ଲାୟନ ୩ଟି ଲେଖାଁଏ ୱିକେଟ ନେଇଥିବା ବେଳେ ହେଜେଲଉଡ ଏବଂ କମ୍ବିନ୍ସଙ୍କୁ ୨ଟି ଲେଖାଁଏ ୱିକେଟ ନେଇଥିଲେ । ନାଥନ ଲାୟନ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।
ଚୁଡାନ୍ତ ସ୍କୋର ; ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୩୨୬ , ୨ୟ ଇନିଂସ ୨୪୩
ଭାରତ ପ୍ରଥମ ଇନିଂସ-୨୮୩ , ୨ୟ ଇନିଂସ ୧୪୦

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories