www.samajalive.in
Sunday, December 7, 2025
13.1 C
Bhubaneswar

ଭଞ୍ଜବିହାରରେ ରାଗିଂ; ହଷ୍ଟେଲ ଛାଡ଼ିଲେ ଛାତ୍ର

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ। କେତେକ ବରିଷ୍ଠ ଛାତ୍ର ଜଣେ କନିଷ୍ଠ ଛାତ୍ରଙ୍କୁ ର‍୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଏଣେ ର‍୍ୟାଗିଂ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ଅଭିଯୋଗ ପହଞ୍ଚନି ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।
ବିଶୃଙ୍ଖଳା ସୃଷ୍ଟିକାରୀ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାରୁ ବେଳକୁ ବେଳ ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ୟୁଜିସିି ଗାଇଡ଼ ଲାଇନ ଅନୁଯାୟୀ କ୍ୟାମ୍ପସକୁ ରାଗିଂମୁକ୍ତ କରିବା ନିମନ୍ତେ କଡ଼ା ନିର୍ଦ୍ଦେଶ ରହିଛି। ବିଶ୍ୱବିଦ୍ୟାଳୟରେ ଆଣ୍ଟି ଽାଗିଂ ୟୁନିଟ ଗଠନ ସହ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟରେ କ୍ୟାମ୍ପସରେ ଽାଗିଂ ନକରିବା ନିମନ୍ତେ ସହମତିପତ୍ର ନିଆଯାଇଥାଏ। କିନ୍ତୁ ଏସବୁ ସତ୍ତ୍ବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଅଭିଯୋଗ କ୍ରମେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଥମ ବର୍ଷ ଛାତ୍ର ଲକ୍ଷ୍ମୀକାନ୍ତ ମହାନ୍ତି କ୍ୟାମ୍ପସ ପରିସରରେ ଥିବା ପ୍ରଥମ ବାଳଳ ହଷ୍ଟେଲ (ଋଷିକୂଲ୍ୟା) ର ୯୯ନମ୍ବର କୋଠରୀର ରହନ୍ତି। ଗତ ୧୨ ତାରିଖ ବିଳମ୍ବିତ ରାତିରେ ଏମବିଏ ପ୍ରଥମ ବର୍ଷର ଦୁଇଜଣ ଛାତ୍ର , ମେରାଇନ ସାଇନସ ଓ ଗଣିତ ବିଭାଗ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ର ନିଶାସକ୍ତ ଅବସ୍ଥାରେ ଲକ୍ଷ୍ମୀକାନ୍ତ ରହୁଥିବା କଠୋରୀର କବାଟ ବାଡ଼େଇଥିଲେ। ଲକ୍ଷ୍ମୀକାନ୍ତ ବାହାରକୁ ଆସିବା କ୍ଷଣି ଛାତ୍ରମାନେ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବସଉଠ କରିବାକୁ କହିବା ଏବଂ ସିନିୟରଙ୍କୁ ଦେଖିଲେ ନମସ୍କାର କରିବାକୁ ତାଗିଦ କରିଥିଲେ। ଏହି ସମସ୍ତ ଘଟଣା ହଷ୍ଟେଲରେ ରହିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଛାତ୍ର ଜଣକ କହିଛନ୍ତି। ଏନେଇ ଛାତ୍ର ଜଣଙ୍କ ୱାର୍ଡ଼େନ ସମେତ ହଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କୁ ଜଣାଇବା ସହ ଚିଠି ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାନବଅଧିକାର କମିଶନଙ୍କୁ ଅବଗତ କରାଇଛନ୍ତି। ନିଜ ଜୀବନ ପ୍ରତି ବିପଦ ମଣି ଛାତ୍ର ଜଣକ ୧୩ ତାରିଖଠାରୁ ହଷ୍ଟେଲ ରୁମରେ ନରହି କ୍ୟାମ୍ପସ ବାହାରେ ଜଣେ ସାଙ୍ଗଙ୍କ ପାଖରେ ରହୁଥିବା ଜଣାଇଛନ୍ତି। ହଷ୍ଟେଲରେ ଏହା ନିତିଦିନିଆ ଘଟଣା ବୋଲି ଲକ୍ଷ୍ମୀକାନ୍ତ କହିଛନ୍ତି। ଏହାର ପ୍ରତିବାଦ କଲେ ମାଡ଼ ଖାଇବା ହିଁ ସାର ବୋଲି କହିଛନ୍ତି। ଘଟଣା ସଂକ୍ରାନ୍ତରେ ମିଡ଼ିଆ ପ୍ରଭାରୀ ଦାୟିତ୍ୱରେ ଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସହ ଯୋଗାଯୋଗ ବେଳେ ସେ ଏନେଇ କୌଣସି ଅଭିଯୋଗ ପାଇନଥିବା ସୂଚନା ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories