www.samajalive.in
Sunday, December 7, 2025
23.1 C
Bhubaneswar

କୋହଲିଙ୍କ ବ୍ୟବହାର ଅଶାଳୀନ : ନସିରୁଦ୍ଧିନ ଶାହ

ମୁମ୍ବଇ : ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଧିନ ଶାହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କଡା ସମାଲୋଚନା କରିଛନ୍ତି। ପୂର୍ବରୁ କୋହଲି ଏକ କ୍ରିକେଟ ପ୍ରଶଂସକଙ୍କୁ ଭାରତ ଛାଡିବା ପାଇଁ କହିଥିଲେ। ଯାହାକୁ ନେଇ ନସିରୁଦ୍ଧିନ ଶାହ ବିରୋଧ ଆରମ୍ଭ କରିଛନ୍ତି।
ନସିରୁଦ୍ଧିନ ନିଜର ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି ‘ବିରାଟ କୋହଲି ବିଶ୍ୱର ଭଲ ବ୍ୟାଟ୍ସମ୍ୟାନ ହେବା ସହ ଖରାପ ବ୍ୟବହାର କରୁଥିବା ଖେଳଳି ମଧ୍ୟ। ତାଙ୍କର କ୍ରିକେଟ କ୍ଷମତା ଖରାପ ବ୍ୟବହାର ଆଗରେ ଫିକା ପଡିଯାଉଛି। ମୋର କାହାକୁ ଦେଶ ଛାଡିବାକୁ କହିବା ଉଦେଶ୍ୟ ନୁହେଁ।’
ସୂଚନାଯୋଗ୍ୟ ଯେ ଏକ ଭିଡିଓରେ ଜଣେ ପ୍ରଶଂସକ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଖେଳ ପସନ୍ଦ କହିବାରୁ ବିରାଟ ତାଙ୍କୁ ଦେଶ ଛାଡିବା ପାଇଁ କହିଥିଲେ। ସେହି ସମୟରେ କୋହଲିଙ୍କୁ ବହୁତ ଆଲୋଚନା ହୋଇଥିଲା। କିନ୍ତୁ ଏହି ଘଟଣାକୁ ବହୁତ ଦିନ ବିତିଯାଇଥିଲେ ମଧ୍ୟ ନସିରୁଦ୍ଧିନଙ୍କ ଏହି ପୋଷ୍ଟକୁ ନେଇ ବହୁ ଆଲୋଚନା କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories