www.samajalive.in
Sunday, December 7, 2025
14.1 C
Bhubaneswar

ଦେଶରେ ଆଜିଠୁ ଲାଗୁ ହେବ ଏହି ନିୟମ; ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆର୍ଥିକ ବର୍ଷ। ୨୦୨୪-୨୫ରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ ସାରା ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ। ଏହାଦ୍ୱାରା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡିବାକୁ ଯାଉଛି। ଫାଷ୍ଟଟ୍ୟାଗ୍‌‌, ପାନ-ଆଧାର ଲିଙ୍କ, ନ୍ୟାସନାଲ ପେନସନ ସିଷ୍ଟମ, ଜିଏସଟି, ବୀମାରାଶି, ଡେବିଟ୍‌‌ କାର୍ଡ ନୂତନ ନିୟମ ଏବଂ କାର ମୂଲ୍ୟ ପରିବର୍ତ୍ତନ ହେବ। ମାର୍ଚ୍ଚ ୩୧ ସୁଦ୍ଧା ପାନ୍‌‌- ଆଧାର ଲିଙ୍କ କରିନଥିବା ପାନ୍‌‌ ନମ୍ବର ବାତିଲ ହେବ। ଏନପିଏସ୍‌‌ ଆକାଉଣ୍ଟରେ ଲଗଇନ୍‌‌ କରିବାକୁ ଗ୍ରାହକଙ୍କୁ ଆଧାର ଯାଞ୍ଚ ଏବଂ ମୋବାଇଲରେ ଗ୍ରହଣ କରାଯାଇଥିବା ଓଟିପି ମାଧ୍ୟମରେ ଲଗଇନ୍‌‌ କରିବାକୁ ପଡିବ। ଏହାସହିତ ଏସବିଆଇ କ୍ରେଡିଟ୍‌‌ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ଯଦି ଏପ୍ରିଲ ୧ ପରେ ରେଣ୍ଟ ପ୍ରଦାନ କଲେ ତାଙ୍କୁ ଆଉ ରିୱାର୍ଡ ପଏଣ୍ଟ ମିଳିବ ନାହିଁ।
ଫାଷ୍ଟଟ୍ୟାଗ୍‌‌ ସହ ଜଡିତ ନିୟମ ଆଜିଠୁ ବଦଳୁଛି। ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଫାଷ୍ଟଟ୍ୟାଗ୍‌‌ ବ୍ୟବହାରୀ ମାନେ କେୱାଇସି ଅପଡେଟ୍‌‌ କରିବାର ସମୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା। ଯଦି ଆପଣ ଏହି ତାରିଖରେ ଅପଡେଟ କରନାହାଁନ୍ତି ତେବେ ଆପଣଙ୍କର ଫାଷ୍ଟଟ୍ୟାଗ୍‌‌ ଆସନ୍ତା ମାସରୁ ବନ୍ଦ ହୋଇପାରେ। ଅନ୍ୟପଟେ ଏପର୍ଯ୍ୟନ୍ତ ଟିକସ ଦାଖଲ ପଦ୍ଧତି ଚୟନ କରିନଥିବା ଗ୍ରାହକଙ୍କୁ ସ୍ୱୟଂଚାଳିତ ଭାବରେ ନୂତନ ଟିକସ ବ୍ୟବସ୍ଥାରେ ଟିକସ ଦାଖଳ କରିବାକୁ ପଡିବ। ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଯୋଗ୍ୟ ବେତନ ଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ। ଯଦି ଜଣେ ନିଜର ଚାକିରୀ ବଦଳାଇବେ ତେବେ ତାଙ୍କର ପୁରୁଣା ଇପିଏଫଓ ଅଟୋ ମୋଡରେ ସ୍ଥାନାନ୍ତରିତ ହେବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories