www.samajalive.in
Wednesday, December 10, 2025
17.1 C
Bhubaneswar

ଲୋକସଭାରେ ତିନି ତଲାକ ବିଧେୟକ: ବିରୋଧ କଲେ ଶଶି ଥରୁର

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶର ସୋମବାର ପଞ୍ଚମ ଦିନରେ ତିନି ତଲାକ ବିଧେୟକ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏହାକୁ ନେଇ କଂଗ୍ରେସ ନେତା ପ୍ରବଳ ବିରୋଧ ଆରମ୍ଭ କରିଥିଲେ। ଫଳରେ ଅଧିବେଶନକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ପଡ଼ିଥିଲା। ମୁସଲିମ ମହିଳା ଅଧିକାର ବିଧେୟକ ଅନୁମୋଦନ ପାଇଁ ଲୋକସଭାରେ ଆଗତ ହୋଇଥିଲା। ଏହି ସମୟରେ କଂଗ୍ରେସ ସାଂସଦ ସୁନୀଲ ଜାଖଡ଼ ରାଫେଲ ଡିଲକୁ ନେଇ ପ୍ରଧାନ ମନ୍ତ୍ରୀଙ୍କ ବିରୋଧରେ ବିଶେଷାଧିକାର ପ୍ରସ୍ତାବ ନୋଟିସ ଜାରି କରିଥିଲେ। ତେବେ ଏହାକୁ ବାଚସ୍ପତି ଅସ୍ୱୀକାର କରିବା ପରେ ସଂସଦରେ ତୁମୁଳ ହଟ୍ଟଗୋଳ ପରିଲକ୍ଷିତ ହୋଇଥିଲା। ବାଚସ୍ପତି ବିଶେଷାଧିକାର ପ୍ରସଙ୍ଗରେ ବିଚାର ଚାଲିଥିବାରୁ ନୋଟିସକୁ ଏହି ମୁହୂର୍ତ୍ତରେ ମଞ୍ଜୁରୀ ଦେବାକୁ ମନା କରିବା ପରେ ବିରୋଧୀ ଦଳ ଏହାର ବିରୋଧ କରିଥିଲେ।
ସଂସଦରେ ତୁମୁଳ ହଟ୍ଟଗୋଳ ମଧ୍ୟରେ ଆଇନ ମନ୍ତ୍ରୀ ତିନି ତଲାକ ବିଧେୟକ ଅନୁମୋଦନ ପାଇଁ ଆଗତ କରିଥିଲେ। ତେବେ କଂଗ୍ରେସ ନେତା ଶଶି ଥରୁର ଏଥିରେ କିଛି ନିୟମକୁ ପରିବର୍ତ୍ତନ ପାଇଁ ଦାବି କରି ଏଭଳି ବିଧେୟକ ସାଂସଦରେ ଆଗତ ହେବାର ଆବଶ୍ୟକତା ଉପରେ ପ୍ରଶ୍ନ ଉତ୍ଥାପନ କରିଥିଲେ। ଦେଶର ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଏଭଳି ବିଲର ଆବଶ୍ୟକତା ରହିଛି ଓ ସୁପ୍ରିମ କୋର୍ଟ ମଧ୍ୟ ଏହାର ସମର୍ଥନ କରୁଛି ବୋଲି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉକ୍ତ ବିଧେୟକକୁ ଆଗତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories