www.samajalive.in
Tuesday, December 9, 2025
19.1 C
Bhubaneswar

ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ ଓଁ ଶବ୍ଦର ଉଚ୍ଚାରଣ

‘ଓଁ’ ତିନୋଟି ଅକ୍ଷରର ସମ୍ମିଳନୀରେ ସୃଷ୍ଟି। ’ଅ’, ’ଉ’ ଓ ’ମ’ର ସମ୍ମିଳନୀରେ ଓଁର ସୃଷ୍ଟି ହୋଇଛି। ଏହି ତିନୋଟି ଅକ୍ଷର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ସ୍ବରୂପ ଅଟନ୍ତି। ଏହି ଶବ୍ଦରେ ସୃଷ୍ଟି, ପାଳନ ଓ ସଂହାର ମଧ୍ୟ ଉପଲବ୍ଧ। ତେଣୁ ଓଁ କୁ ସ୍ବୟଂ ଈଶ୍ବର ବୋଲି କୁହାଯାଇଛି।

ଏହି ଶବ୍ଦର ଠିକ ଭାବେ ବ୍ୟବହାର ଦ୍ବାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ। ଏହି ଶବ୍ଦର ଠିକ ଉଚ୍ଚାରଣ ଦ୍ବାରା ଈଶ୍ବରଙ୍କ ଉପସ୍ଥିତି ଉପଲବ୍ଧ ହୋଇଥାଏ। ଓଁ ଶବ୍ଦର ଉଚ୍ଚାରଣରେ ଅନେକ ସାବଧାନ ରହିବା ଉଚିତ।

- Advertisement -

ବ୍ରହ୍ମ ମୂହୁର୍ତ୍ତ କିମ୍ବା ସନ୍ଧ୍ୟା ସମୟରେ ଓଁ ଶବ୍ଦର ଉଚ୍ଚାରଣ କରିବା ଉଚିତ।

ଓଁ ଶବ୍ଦ ଉଚ୍ଚାରଣ କରିବା ବେଳେ ସର୍ବଦା ସିଧା ବସନ୍ତୁ।

ଓଁ ଶବ୍ଦ ଉଚ୍ଚାରଣ ସଂପୂର୍ଣ୍ଣ କରିବାର ୧୦ମିନିଟ ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିବା ଉଚିତ ନୁହେଁ।

ଓଁ ଶବ୍ଦ ନିୟମିତ ରୂପେ ଉଚ୍ଚାରଣ କରିବା ଦ୍ବାରା ଭଗବାନଙ୍କ ନିକଟତର ହୋଇ ପାରିବା।

ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଓଁ ଶବ୍ଦର ବ୍ୟବହାର :

ପ୍ରଥମେ ତୁଳସୀ ପତ୍ରକୁ ଡାହାଣ ହାତରେ ନିଅନ୍ତୁ। ଏହାପରେ ଓଁ ଶବ୍ଦକୁ ୧୦୮ଥର ଉଚ୍ଚାରଣ କରନ୍ତୁ।

ତାପରେ ପତ୍ରକୁ ପିଇବା ପାଣି​‌ରେ ପକାଇ ରଖନ୍ତୁ। ସେହି ପାଣିକୁ ପିଇବା ଉଚିତ।

ସେହି ପାଣିକୁ ପିଉଥିବା ବ୍ୟକ୍ତିମାନେ ଆମିଷ ସେବନ କରିବା ଅନୁଚିତ।

ଶିକ୍ଷା ନିମନ୍ତେ ଓଁ ଶବ୍ଦର ବ୍ୟବହାର :

ଗୋଟିଏ ହଳଦିଆ ରଙ୍ଗର କାଗଜ ଆଣି ସେଥିରେ ଲାଲ ରଙ୍ଗରେ ଓଁ ଲେଖନ୍ତୁ।

ଓଁ ଲେଖି ସାରିବା ପରେ ତା ଚାରିପଟେ ଲାଲ ରଙ୍ଗରେ ଗୋଲ କରନ୍ତୁ।

ସେହି କାଗଜକୁ ପଢିବା ସ୍ଥାନରେ ରଖନ୍ତୁ।

ଏପରି କରିବା ଦ୍ବାରା ଶିକ୍ଷାରେ ଉନ୍ନତି ହୋଇଥାଏ।

ବାସ୍ତୁଦୋଷ ଦୂର କରିବାର ପାଇଁ ଓଁର ବ୍ୟବହାର :

ଘରର ମୁଖ୍ୟଦ୍ବାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରନ୍ତୁ।

ମୁଖ୍ୟଦ୍ବାରର ଉପର ଭାଗରେ ଓଁ ଲେଖନ୍ତୁ।

ଏହାର ବ୍ୟବହାର କେବଳ ମଙ୍ଗଳବାର ଦିନ କରିବା ସର୍ବୋତ୍ତମ ଅଟେ।

ଧନ ପ୍ରାପ୍ତି ପାଇଁ ଓଁ ର ବ୍ୟବହାର :

ଏକ ଧଳା ରଙ୍ଗର କାଗଜ ନିଅନ୍ତୁ।

ସେଥିରେ ହଳଦୀରେ ଓଁ ଲେଖନ୍ତୁ।

ସେହି କାଗଜକୁ ପୂଜାସ୍ଥାନରେ ରଖନ୍ତୁ।

ପୂଜା ସରିବା ପରେ କାଗଜକୁ ଭାଙ୍ଗି କରି ନିଜ ପର୍ସରେ ରଖନ୍ତୁ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories