www.samajalive.in
Sunday, December 7, 2025
18.1 C
Bhubaneswar

ବନ୍ୟଜନ୍ତୁଙ୍କ ସହ ସେଲ୍ଫି ମନା: ଧରାପଡିଲେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ

ଭୁବନେଶ୍ବର : ଅଭୟାରଣ୍ୟ ଓ ବିଭିନ୍ନ ବନଖଣ୍ଡରେ ଭ୍ରମଣ ବେଳେ କୌଣସି ବନ୍ୟପ୍ରାଣୀଙ୍କ ସହିତ ସେଲ୍ଫି ନେବା ଏବଂ ତାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଏଣିକି ମହଙ୍ଗା ପଡ଼ିବ। ଯେଉଁମାନେ ଏଭଳି ଆଚରଣ କରୁଥିବା ବନ ବିଭାଗ ନଜରକୁ ଆସିବ ସେମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରାଯିବ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ସୁଶାନ୍ତ ନନ୍ଦ କହିଛନ୍ତି। ଡ. ନନ୍ଦଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି ହୋଇଛି। ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ, ଉପନିର୍ଦେଶକ ଶିମିଳିପାଳ(ଉତ୍ତର-ଦକ୍ଷିଣାଞ୍ଚଳ ବନ୍ୟପ୍ରାଣୀ ଡିଭିଜନ) ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦେଶକଙ୍କୁ ନିର୍ଦେଶନାମା ଜାରି ହୋଇଛି। ବନ୍ୟପ୍ରାଣୀ ଡିଭିଜନର ସମସ୍ତ ଅଧିକାରୀଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ସେହିପରି ମୃତ ବନ୍ୟଜନ୍ତୁ କିମ୍ବା ବନ୍ୟପ୍ରାଣୀଙ୍କ ଶରୀର ଅଂଶ ସହ ଫଟୋ ଉଠାଇବା ବା ସେଲ୍‌ଫି ନେବା ସହ ତାହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ମଧ୍ୟ ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଙ୍ଘନ କରୁଛି। ଏହାଦ୍ବାରା ସମାଜ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। କେତେକ ସମୟରେ ସେଲ୍ଫି ନେବାବେଳେ ଅଘଟଣ ଘଟୁଥିବା ନଜରକୁ ଆସୁଛି। ଏହି ଆଇନ ଏଣିକି କଡ଼ାକଡ଼ି ଲାଗୁ କରାଯିବ। ଏହାସହିତ ସବୁ ବନଖଣ୍ଡରେ ଏକ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଆଇନ ଓ ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଫଟୋ ଉଠାଇବାକୁ ଚାହିଁବେ ତେବେ ସେକ୍ଷେତ୍ରରେ ବନଖଣ୍ଡ କିମ୍ବା ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କୌଣସି କ୍ଷେତ୍ରରେ ସହାୟତାର ଆବଶ୍ୟତା ଲାଗି ସ୍ବତନ୍ତ୍ର ସହାୟତା ନମ୍ବର ଜାରି କରିବାକୁ ଅଧିକାରୀଙ୍କୁ କୁହାଯାଇଛି। ଯଦି ଏହିସବୁ କ୍ଷେତ୍ରରେ କୌଣସି ସ୍ଥାନରେ ବ୍ୟତିକ୍ରମ ହେଉଥିବା ଦୃଷ୍ଟିକୁ ଆସିବ ସେକ୍ଷେତ୍ରରେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଡ. ନନ୍ଦ ସୂଚନା ଦେଇଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories