www.samajalive.in
Sunday, December 7, 2025
18.1 C
Bhubaneswar

‘ପରିବାରରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, କାର୍ୟ୍ୟ ଶୈଳୀରେ ପରିବର୍ତ୍ତନ ପାଇଁ ଉଦ୍ୟମ ଲୋଡ଼ା’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଆସାମର ଗୌହାଟିଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳର ସମାଜ ବିଜ୍ଞାନ ବିଭାଗ ଛାତ୍ରୀ ପ୍ରତ୍ୟାଶା ରାୟ  ୪ଟି ସ୍ବର୍ଣ୍ଣ ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦ ଜିତିଥିଲେ। ଆଜି ଅନୁଷ୍ଠିତ ଆନ୍ତର୍ଜାତି ମହିଳା ଦିବସ ପାଳନ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତ୍ୟାଶାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ଏବଂ ନିମନ୍ତ୍ରିତ ଅତିଥିମାନେ ଉତ୍କଳ ବିଶ୍ବବିଦ୍ୟାଳୟର ମହିଳା ପ୍ରଫେସର, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଗୋଲାପ ଫୁଲ ଏବଂ ଉପହାର ଦେଇ ଆନ୍ତର୍ଜାତିକ ମହିଳା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଉତ୍କଳ ବିଶ୍ବବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ‘ଭାରତରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ବିକାଶ: ପ୍ରସଙ୍ଗ ଓ ଆହ୍ବାନ’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମ୍ପ୍ରତି ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିଜର ଉତ୍କର୍ଷ ପ୍ରତିପାଦନ କରିବାର ଦକ୍ଷତା ଅର୍ଜନ କରିଛନ୍ତି। ପରିବାରରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳାମାନେ ପରିବାରର ସମସ୍ତ ସଦସ୍ୟଙ୍କ କାର୍ୟ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବା ଦରକାର। ଯାହା ଲିଙ୍ଗଗତ ଭେଦଭାବ ଦୂର କରିବାରେ ସହାୟକ ହୋଇପାରିବ ଏବଂ ତାହା ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

- Advertisement -

ବର୍ତ୍ତମାନ ସମୟରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ। ସେମାନଙ୍କ ଅର୍ଥନୈତିକ ପ୍ରଗତି ହେଲେ ତାହା ସମାଜ ବିକାଶରେ ସହାୟକ ହୋଇପାରିବ ବୋଲି ସମ୍ମାନୀତ ଅତିଥି  ଭାବେ ଯୋଗଦେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ପ୍ରକାଶ କରିଥିଲେ।
ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ବବିଦ୍ୟାଳୟର ସିଡିସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ, କୁଳସଚିବ ଡ.କାହ୍ନୁଚରଣ ଧୀର, ପୂର୍ବତନ ସୂଚନା ଆୟୁକ୍ତ ଶଶି ପ୍ରଭା ବିନ୍ଧାଣୀ, ୟୁଏନଡିପି ଅଫିସ ମୁଖ୍ୟ ଆଶା ମିଶ୍ର, ଏସଓୟୁଏଲ ରିସର୍ଚ୍ଚ ପଲିସି ଏକ୍ସପର୍ଟ ଡ.ପ୍ରଭାସ ମିଶ୍ର ପ୍ରମୁଖ  ‘ଭାରତରେ ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ବିକାଶ: ପ୍ରସଙ୍ଗ ଓ ଆହ୍ବାନ’ ଶୀର୍ଷକ ବିଷୟବସ୍ତୁ ଏବଂ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।  ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର ଡବ୍ଲ୍ୟୁବି-ଓଏଚଇପିଇଇର ଆର୍ଥିକ ସହାୟତାରେ ଆୟୋଜିତ ଏହି ଜାତୀୟ ଆଲୋଚନାଚକ୍ରର ବୈଷୟିକ ଅଧିବେଶନରେ   ସ୍ମିଗ୍ଧାରାଣୀ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ। ଏହି ବୈଷୟିକ ଅଧିବେଶନରେ ଲୋକପ୍ରଶାସନ ବିଭାଗ ମୁଖ୍ୟ ଡ.ପ୍ରତିମା ଷଡ଼ଙ୍ଗୀ, ଡବ୍ଲ୍ୟୁଏସଆରସି-ବିୟୁ ଡ.ଉର୍ମିମାଳା ଦାସ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପୂର୍ବତନ ପରାମର୍ଶଦାତା ଡ.ମମତା ଦାଶ ‘ମହିଳା ସଶକ୍ତିକରଣ ଏବଂ ସାମାଜିକ ଅର୍ଥନୈତିକ ବିକାଶ’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ଅନେକ ପ୍ରଫେସର, ଗବେଷକ ଓ ବିଶେଷଜ୍ଞ ଯୋଗଦେଇଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories