www.samajalive.in
Sunday, December 7, 2025
14.1 C
Bhubaneswar

ମନ୍ଦିର ସମ୍ମୁଖରେ ଠିଆ ହୋଇଥିଲା ଶ୍ରମମନ୍ତ୍ରୀଙ୍କ ଗାଡ଼ି, ଦ୍ରୁତଗତିରେ ଆସି ଧକ୍କା ଦେଲା ହାଇୱା

ସାରନଗରୀ: ଆଜି ରାତିରେ ସୌଭାଗ୍ୟବଶତଃ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକ। ଆଜି ରାତି ପ୍ରାୟ ୮ଟାରେ ମନ୍ତ୍ରୀ ଶ୍ରୀ ନାୟକ ବିିଭିନ୍ନ ମନ୍ଦିର ଦର୍ଶନ ସାରି ତରକେରା ମନ୍ଦିରେ ପହଞ୍ଚି ବାବାଙ୍କ ଦର୍ଶନ ନିମନ୍ତେ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲେ। ଏହି ସମୟରେ ଏକ ହାଇୱା ଦ୍ରୁତଗତିରେ ଆସି ଡିଭାଇଡରକୁ ପିଟି ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ା ମାତ୍ର ଗାଡ଼ିରେ ମନ୍ତ୍ରୀ ନ ଥିବାରୁ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ତେବେ ଗାଡ଼ି ଭିତରେ ଥିବା ଚାଳକ ରାକେଶଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି।

ଆଜି ମହାଶିବରାତ୍ରରେ ଘଟିଥିବା ଏହି ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ରକ୍ଷା ପାଇଯାଇଥିବାରୁ ଏହା ଭୋଳାନାଥଙ୍କ ଆଶୀର୍ବାଦ ବୋଲି ଉପସ୍ଥିତ ଲୋକେ କହିବାକୁ ପଛାଇ ନ ଥିଲେ।  ଅନ୍ୟପକ୍ଷରେ ଦୁର୍ଘଟଣାର ଖବର ପାଇବା ପରେ ରଘୁନାଥପାଲ୍ଲି ପୁଲିସ ଓ ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଥିବା ଜଣାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories