www.samajalive.in
Sunday, December 7, 2025
26.1 C
Bhubaneswar

ରୁଷ୍‌ ଯୁଦ୍ଧରେ ସାମିଲ ଭାରତୀୟ ମୃତ

ହାଇଦ୍ରାବାଦ: ରୁଷ୍ ପକ୍ଷରୁ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ ହୋଇଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ଭାରତୀୟ ହେଉଛନ୍ତି ହାଇଦରାବାଦର ମହମ୍ମଦ ଆଫସାନ। ଆଫସାନ ଚାକିରି ଉଦ୍ଦେଶ୍ୟରେ ରୁଷ୍ ଯାଇଥିବାବେଳେ ତାଙ୍କୁ ବାଧ୍ୟତାମୂଳକ ଭାବେ ଯୁଦ୍ଧରେ ସାମିଲ କରାଯାଇଥିଲା। ଆଫସାନର ମୃତ୍ୟୁ ସମ୍ପର୍କରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସୂଚନା ଦେଇଛନ୍ତି। ଓୱେସୀ ଆଫସାନର ଭାଇ ମହମ୍ମଦ ଇରଫାନ ସହିତ ନିୟମିତ ଯୋଗାଯୋଗ ଚଳାଇଥିଲେ। ଇରଫାନର ସୂଚନା ଆଧାରରେ ଓୱେସୀ କହିଛନ୍ତି ଯେ ଆଫସାନର ମୃତ୍ୟୁ ସମ୍ପର୍କରେ ବୁଧବାର ସୂଚନା ମିଳିଛି। ତେବେ ଆଫସାନର ମୃତ୍ୟୁ କେବେ ହୋଇଛି ତାହା କୁହାଯାଇ ନାହିଁ। ରୁଷସ୍ଥିତ ଭାରତୀୟ ଦୂତାବାସର ଜଣେ କର୍ମଚାରୀ ମଧ୍ୟ ଆଫସାନର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ଓୱେସୀ କହିଛନ୍ତି। ଆଫସାନଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ସେ ଚାକିରି ଉଦ୍ଦେଶ୍ୟରେ ଗତବର୍ଷ ରୁଷ୍ ଯାଇଥିଲେ। ଜଣେ ଏଜେଣ୍ଟଙ୍କ ଜରିଆରେ ଚେନ୍ନଇରୁ ଭାୟା ସାରଜା ଦେଇ ସେ ମସ୍କୋ ଯାଇଥିଲେ। ତେବେ ମସ୍କୋରେ ପହଞ୍ଚିବା ପରେ ଏଜେଣ୍ଟ ଜଣଙ୍କ ତାଙ୍କୁ ଓ ଅନ୍ୟ କେତେକ ଭାରତୀୟଙ୍କୁ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଥିଲେ। ରୁଷୀୟ ଭାଷାରେ ଲେଖାଯାଇଥିବା ଏହି ବୁଝାମଣା ପତ୍ରରେ କ’ଣ ଥିଲା ତାହା ସେମାନେ ଜାଣି ପାରି ନଥିଲେ। ଏହା ସତ୍ତ୍ବେ ସେମାନଙ୍କୁ ସ୍ବାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା। ପରେ ସେମାନଙ୍କୁ ନେଇ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ କରାଯାଇଥିଲା। ତେଲଙ୍ଗାନାର ମହମ୍ମଦ ସୁଫିଆନ ନାମକ ଜଣେ ଭାରତୀୟ ମଧ୍ୟ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌ ପକ୍ଷରୁ ସାମିଲ ହୋଇଛନ୍ତି। ସୁଫିଆନର ଭାଇ ସଲମାନ କହିଛି ଯେ ତାଙ୍କ ଜୀବନ ଏବେ ବାସ୍ତବ ‘ପିୟୁବିଜି’ ଭଳି ବିତୁଛି। ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏହି ସମୟ ମଧ୍ୟରେ ରୁଷ୍ ଯାଇଥିବା ଅନେକ ଭାରତୀୟ ସେଠାରେ ଫସି ରହିଥିବା ଜଣାଯାଇଛି। ଗତମାସରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାର ବିବୃତିରେ ସ୍ବୀକାର କରିଥିଲା ଯେ ରୁଷ୍‌ରେ ପ୍ରାୟ ୨୦ଜଣ ଭାରତୀୟ ଫସି ରହିଛନ୍ତି। ରୁଷ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସରକାର ଉଦ୍ୟମ କରୁଥିବା ବୈଦେଶିକ ମନ୍ତ୍ରଣାଳୟ କହିଥିଲା। ଏଥିପାଇଁ ନୂଆଦିଲ୍ଲୀସ୍ଥିତ ରୁଷ୍ ଦୂତାବାସ ସହିତ ଯୋଗାଯୋଗ ଚାଲିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରାନ୍ଧିର ଜୟସ୍ବାଲ କହିଥିଲେ। ଅନ୍ୟପଟେ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ନଯିବା ଲାଗି ସରକାର ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories