www.samajalive.in
Monday, December 8, 2025
14.1 C
Bhubaneswar

ଉତ୍ତରାଖଣ୍ଡ ସରକାରଙ୍କ ଉପରେ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ: କର୍ବେଟ ପାର୍କ ବାଘ ସଫାରୀ ବନ୍ଦ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଥିବା ଜିମ୍‌ କର୍ବେଟ ଜାତୀୟ ପାର୍କରେ ଥିବା ବ୍ୟାଘ୍ର ସଫାରୀକୁ ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଇତିମଧ୍ୟରେ ନିର୍ଦେଶ ଦେଇଛନ୍ତି। ବ୍ୟାଘ୍ର ସଫାରୀ ପାଇଁ ଉଦ୍ଦିଷ୍ଟ ଜମିରେ ଅନ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ଉତ୍ତରାଖଣ୍ଡ ସରକାରଙ୍କ ଉପରେ ବର୍ଷିଛନ୍ତି। ଅଯଥାରେ ଶହ ଶହ ଗଛ କାଟି ସେଠାରେ ଅନ୍ୟ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ପରିବେଶକୁ ନଷ୍ଟ କରାଯାଉଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପର୍ଯ୍ୟଟନକୁ ପ୍ରୋତ୍ସାହନ ଆଳରେ ଜଙ୍ଗଲ ନଷ୍ଟ କରୁଥିବାରୁ ଖଣ୍ଡପୀଠ ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ହରକ ସିଂହ ରାୱତ୍‌ ଓ ପୂର୍ବତନ ଡିଏଫଓ (ଡିଭିଜନାଲ ଫରେଷ୍ଟ ଅଫିସର) କିଷନ ଚାନ୍ଦଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ନିକଟରୁ କିପରି କ୍ଷତିପୂରଣ ରାଶି ଆଦାୟ ହୋଇପାରିବ, ସେଥିପାଇଁ କମିଟି ଗଠନ କରିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଚାରପତି ବି.ଆର.ଗଭାଇ, ପି.କେ.ମିଶ୍ର ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories