www.samajalive.in
Wednesday, December 10, 2025
17.1 C
Bhubaneswar

ଜାଣନ୍ତୁ, ନମ୍ବର ସେଭ୍ ନକରି କେମିତି କରିବେ ହ୍ବାଟ୍ସଆପ୍‌ରେ ଚାଟିଂ….

ନୂଆଦିଲ୍ଲୀ: ସାଧାରଣତଃ ଆମେ ସମସ୍ତେ ହ୍ବାଟ୍ସ ଆପକୁ ବହୁଳ ମାତ୍ରାରେ ବ୍ୟବହାର କରୁଛୁ। ହ୍ବାଟ୍ସ ଆପରେ କାହା ସହ ଚାଟିଂ କରିବାକୁ ହେଲେ ଆମେ ପ୍ରଥମେ ସେହି ବ୍ୟକ୍ତିଙ୍କର ନମ୍ବର ଫୋନରେ ସେଭ୍ କରୁଛୁ। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବତାଇବାକୁ ଯାଉଛୁ। ଆପଣ ନମ୍ବର ସେଭ୍ ନ କରି ମଧ୍ୟ  ଚାଟିଂ କରିପାରିବେ। ହ୍ବାଟ୍ସ ଆପ୍ ସର୍ବଦା ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ଏହା ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଏହି ଫିଚରଟି କ୍ୟୁଆର୍‌ କୋଡ୍ ସ୍କାନ୍ ସହ ଜଡିତ। ଏହାକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ହ୍ବାଟ୍ସ ଆପ୍ ଓପନ୍ କରିବେ । ତାପରେ ହ୍ବାଟ୍ସ ଆପର ସାଇଡ୍ ରେ ଥିବା ୩ଟି ଡଟ୍ ଅପସନ୍ ଉପରେ କ୍ଲିକ୍ କରିବେ। ଏହାପରେ ସେଟିଙ୍ଗ୍ ରେ କ୍ଲିକ୍ କରି ନିଜ ପ୍ରୋଫାଇଲକୁ ଆସନ୍ତୁ। ଏବେ ଡିପି ସହ ଏକ କ୍ୟୁଆର୍ କୋଡ୍ ନଜର ଆସିବ। ଯଦି ଆପଣ କଥା ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ ପାଖରେ ଉପସ୍ଥିତ ଅଛନ୍ତି ତ ହ୍ବାଟ୍ସ ଆପ୍ ଜରିଆରେ କ୍ୟୁଆର୍ କୋଡ୍ ସ୍କାନ୍ କରିନିଅନ୍ତୁ। ଯଦି ଉପସ୍ଥିତ ନାହାନ୍ତି , ତେବେ ଆପଣ ହ୍ବାଟ୍ସ ଆପ୍  କ୍ୟୁଆର୍ କୋଡ୍ କୁ ସେଭ୍ କରି ରଖିନିଅନ୍ତୁ। ଏହି କ୍ୟୁଆର୍ କୋଡ୍ କୁ ଆପଣମାନେ କେହି ବି ୟୁଜର୍ସ ଙ୍କୁ ଆପଣ ପଠାଇପାରିବେ। ଯଦିବା କେହି ନୂଆ ୟୁଜର୍ସ ସେହି କ୍ୟୁଆର୍ କୋଡକୁ ସ୍କାନ୍ କରିବେ , ତୁରନ୍ତ ତାଙ୍କ ଫୋନରେ ଆପଣଙ୍କ ଚାଟିଂ ପେଜ୍ ଓପନ୍ ହୋଇଯିବ। ଏପରି ଭାବେ  ନମ୍ବର ସେଭ୍ ନ କରି ଆପଣମାନେ ହ୍ବାଟ୍ସ ଆପ୍ ରେ ଚାଟିଂ କରିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories