www.samajalive.in
Sunday, December 7, 2025
13.1 C
Bhubaneswar

ଦୁର୍ଦିନରେ କର୍କଟ ରୋଗୀଙ୍କ ପରିବାର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲମପୁର: ଦୁଃଖ ଯେତେବେଳେ ଆସେ, ସାଥି ସହୋଦର ନେଇ ଆସେ। ପ୍ରଥମେ ସ୍ୱାମୀ ରତ୍ନାକରଙ୍କ ମୃତ୍ୟୁ। ସ୍ୱାମୀର ମୃତ୍ୟୁପରେ ତିନି ସନ୍ତାନର ଦାୟିତ୍ୱରେ ମୁଣ୍ଡାଏ ମାଆ ରୁକଦେଈ। ତାଙ୍କର ଆଶା, ଆଜି ହୁଏତ ସେ ଏକାକୀ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି କିନ୍ତୁ କାଲି ପୁଅ ବୃନ୍ଦାବନ ତାଙ୍କ ସହ କାନ୍ଧ ମିଶାଇବ। ହେଲେ ଏହି ଆଶା ତାଙ୍କର ଆଶାରେ ହିଁ ରହିଗଲା। ଯେଉଁ ପୁଅକୁ ସେ ଆଶା କରିଥିଲେ, ସେ ପୁଅ ଏବେ ତାଙ୍କ ସାହାରାରେ। ପୁଅ କର୍କଟ ରୋଗରେ ଆକ୍ରାନ୍ତ ହେଇ ଗୋଟିଏ ଗୋଡ ହରାଇ ଏବେ ଭିନ୍ନକ୍ଷମ ପାଲଟିଛି। ଗୋଡର କ୍ଷତ ଶୁଖିବା ପାଇଁ ଦିଆଯାଉଛି କେମୋ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳହାଣ୍ଡି ଜିଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳି ଅଧିନସ୍ଥ କଲମପୁର ବ୍ଲକର ତୋତ୍ରାଗୁଡା ଗ୍ରାମରେ।

ତୋତ୍ରାଗୁଡା ଗ୍ରାମର ସ୍ୱର୍ଗତ ରତ୍ନାକର ମାଝୀଙ୍କ ପରିବାରରେ ସତେ ଯେମିତି ଦୁଃଖର ପାହାଡ ଖସିପଡ଼ିଛି। ରତ୍ନାକର ଭୂମିହୀନ। ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ତଥାପି ତାଙ୍କ ପତ୍ନୀ, ତିନି ଝିଅ ଏବଂ ଗୋଟିଏ ମାତ୍ର ପୁଅ ବୃନ୍ଦାବନକୁ ନେଇ ହସ ଖୁସିର ସଂସାର ଚାଲିଥିଲା। ଉଭୟ ସ୍ୱାମୀ ରତ୍ନାକର ଏବଂ ସ୍ତ୍ରୀ ରୁକଦେଈ ନିଜ ପୁଅକୁ ନେଇ ଆଶା ରଖିଥିଲେ ବୃଦ୍ଧ କାଳେ ସାହା ହେବ। ଆବଶ୍ୟକ ହେଲେ ବାଡି ଧରି ବାଟ ଚଲାଇବ। ବିଧିର ବିଧାନ କିନ୍ତୁ ଥିଲା କିଛି ଅଲଗା। ହଠାତ ରତ୍ନାକରଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀ ମୃତ୍ୟୁର ଦୁଃଖରେ ମଧ୍ୟ ଭାଙ୍ଗିନଥିଲେ ରୁକଦେଈ। କିନ୍ତୁ ଯେତେବେଳେ ପୁଅ ବୃନ୍ଦାବନର ଗୋଡ ସମସ୍ୟା ଦେଖାଦେଲା ତାଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନ ବୁଲାଇ ଶେଷରେ ଜାଣିଲେ ପୁଅ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଗୋଡ ନକାଟିଲେ ଜୀବନ ବଞ୍ଚାଇବା ସମ୍ଭବ ହେବନାହିଁ, ସେତେବେଳେ ଭାଙ୍ଗି ପଡ଼ିଲେ ରୁକଦେଈ। ବାଧ୍ୟ ହେଇ ୩ନଭେମ୍ବର ୨୦୨୩ରେ କଟକ ବଡ ମେଡିକାଲରେ ବୃନ୍ଦାବନଙ୍କ ଗୋଡ କଟା ହେଲା। ଏବେ ବୃନ୍ଦାବନ ଭିନ୍ନକ୍ଷମ। କିନ୍ତୁ ସରକାରଙ୍କ ପକ୍ଷରୁ ତାକୁ ଭିନ୍ନକ୍ଷମର ପରିଚୟ ପତ୍ର ମିଳି ପାରିନାହିଁ। ଯେଉଁଥିପାଇଁ ସରକାରୀ ଯୋଜନାରେ ସାମିଲ ହେବାରୁ ସେ ବଞ୍ଚିତ। ଏଭଳି ସ୍ଥିତିରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କ୍ଷତ ଶୁଖାଇବା ପାଇଁ କେମୋର ଆବଶ୍ୟକ। କିନ୍ତୁ ଅର୍ଥ ଅଭାବ ପାଇଁ କଟକ ବଡ ମେଡିକାଲକୁ ଯାଇ ପାରୁନାହିଁ। କିଏ ସହାୟ ହେବ ? ଗତ କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ପୂଷ୍ପେନ୍ଦ୍ର ସିଂହଦେଓ ପରିବାରର ଦୁଃଖ ଦେଖି କିଛି ଆର୍ଥିକ ସହାୟତା ଦେଇଥିଲେ। ବର୍ତମାନ କିନ୍ତୁ ଅନ୍ୟ କିଛି ସାହାରା ନାହିଁ। ଅନ୍ୟପଟେ ଘରେ ରହିଛି ଏକ ଯୁବତୀ ଝିଅ। ସେ ବିବାହଯୋଗ୍ୟ କିନ୍ତୁ କେମିତି ବିବାହ କରାଇବେ। ଏହିଭଳି ଅସହାୟ ଭାବେ ଜୀବନ ଜିଉଁଛନ୍ତି ରୁକଦେଈ ଏବଂ ତାଙ୍କ ଦୁଇ ସନ୍ତାନ ବୃନ୍ଦାବନ ଏବଂ ଚିନ୍ମୟୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories