www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶାରେ ଉଜ୍ଜ୍ବଳା ଯୋଜନା ବିଫଳ:ସୂର୍ଯ୍ୟ

ଭୁବନେଶ୍ବର:ମହିଳାମାନଙ୍କୁ ସ୍ବଚ୍ଛ ରନ୍ଧନ ଗ୍ୟାସ୍ ଯୋଗାଇ ଦେବା ଆଭିମୁଖ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନା(ପିଏମୟୁଜେ)ଓଡ଼ିଶାରେ ବିଫଳ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅଭିଯୋଗ କରିଛନ୍ତି। ଶ୍ରୀ ପାତ୍ର ଏନେଇ ବୁଧବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ତୁରନ୍ତ ହିତାଧିକାରୀଙ୍କୁ ରିଆତି ଯୋଗାଇବାକୁ ଦର୍ଶାଇଛନ୍ତି।
ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି ଯେ ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏମୟୁଜେ ରାଜ୍ୟର ୩୫ଲକ୍ଷ ୧୬ହଜାର ୩୮୪ ପରିବାରକୁ ଗ୍ୟାସ୍ ସଂଯୋଗ ହୋଇଥିଲା। ମାତ୍ର କେନ୍ଦ୍ର ସରକାର ଗ୍ୟାସ୍ ଦର ବୃଦ୍ଧି କରିବା ଯୋଗୁଁ ୨୦୧୬-୧୭ରେ ସେଥିରୁ ମାତ୍ର ୮ଲକ୍ଷ ୧୮ହଜାର ୭୮୬ ପରିବାର ଦ୍ବିତୀୟଥର ପାଇଁ ରିଫିଲିଂ କରିଥିବାବେଳେ ୧୭-୧୮ରେ ଏହା ୬.୪୫ଲକ୍ଷ ପରିବାରକୁ ଖସି ଆସିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୩ଟି ରାଜ୍ୟକୁ ନେଇ ହୋଇଥିବା ସର୍ଭେରୁ ଜଣାଯାଇଛି ଯେ ରିଫିଲିଂ ଦର ବୃଦ୍ଧି କରିବା ଯୋଗୁଁ ୮୩ପ୍ରତିଶତରୁ ଅଧିକ ହିତାଧିକାରୀ ଏହି ଯୋଜନାର ସୁଫଳ ପାଉ ନଥିବାବେଳେ ସଂଯୋଗ ଦର ବୃଦ୍ଧି ଯୋଗୁଁ ୮୬ପ୍ରତିଶତ ପରିବାର ବଞ୍ଚିତ ହୋଇଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ୯୦ ପ୍ରତିଶତ ହିତାଧିକାରୀ କେବଳ ସଂଯୋଗ ଦର ବୃଦ୍ଧି ଯୋଗୁଁ ନେଉ ନାହାନ୍ତି। ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ଦେଇ ଓଡ଼ିଶାର ହିତାଧିକାରୀଙ୍କୁ ରିଆତି ଯୋଗାଇ ଦେବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ଏଦିଗରେ ସକାରାତ୍ମକ ପଦ​‌େ​‌କ୍ଷପ ଗ୍ରହଣ କରିବ ବୋଲି ଶ୍ରୀ ପାତ୍ର ଆଶାବ୍ୟକ୍ତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories