www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟାଙ୍କ୍ ଲୁଟୁଥିଲେ ଏହି ୟୁଟ୍ୟୁବର…

ନୂଆଦିଲ୍ଲୀ: ମୁଣ୍ଡରେ ଟୋପି , ଆଖିରେ ଚଷମା ଆଉ ଦାଢି। ତାସାଙ୍ଗକୁ ସୁରିଲି ଆୱାଜ୍। ନାଁ ତାଙ୍କର ଭରତ ମୀନା। ସେ କେବଳ ଗୀତ ଗାଆଁନ୍ତିନି। ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ରହିଛି। ୟୁଟ୍ୟୁବରେ ଯିଏ ତାଙ୍କ ଗୀତ ଶୁଣେ ମନ୍ତ୍ରମୁଗ୍ଧ ହୋଇଉଠେ। ବେଳେ ବେଳେ ଏମିତି ଲାଗେ ସେ ହେଉଛନ୍ତି ରାଜସ୍ଥାନ ସଙ୍ଗୀତ ଜଗତର ନୂଆ ଆଶା ଓ କିରଣ। ନ୍ୟାରୋ ରାଜସ୍ଥାନ ଅଫିସିଆଲ ନାମରେ ସେ ତାଙ୍କ ୟୁଟ୍ୟୁବ୍ ଆରମ୍ଭ କରିଥିଲେ। ବହୁ ପ୍ରଶଂସକ ଭରତଙ୍କ ଗୀର ଦିୱାନା ଥିଲେ। କିନ୍ତୁ  ଅଚାନକ ଭରତଙ୍କର କିଛି ହରକତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। କେବଳ ପ୍ରଶଂସକ ନୁହଁନ୍ତି ଏପରିକି ଭରତଙ୍କ ପରିବାର  ଲୋକ ମଧ୍ୟ ତାଙ୍କ ସୁନ୍ଦର ଜୀବନ ପଛରେ ଲୁଚି ରହିଥିବା ଅନ୍ଧକାର ବିଷୟରେ ଅବଗତ ନଥିଲେ। ଧିରେ ଧିରେ ତାଙ୍କ କଳା କାରନାମା ପଦାକୁ ଆସିଥିଲା। ବାସ୍ତବରେ ସେ ଥିଲେ ଜଣେ ବ୍ୟାଙ୍କ ଲୁଟେରା। ପ୍ରତିବର୍ଷ ସେ କିଛି ନା କିଛି ନୂଆ ବ୍ୟାଙ୍କକୁ ଟାର୍ଗେଟ୍ କରୁଥିଲେ । ସେଠାରୁ କିଛି ଲୁଟ୍ କରୁଥିଲେ । ପୁଣି ତାଙ୍କର ଦୈନନ୍ଦିନ ଜୀବନରେ ବ୍ୟସ୍ତ ରହୁଥିଲେ। ଲୁଟ୍ ପଇସାରେ ସେ ଅନେକ ଗୀତ ଗାଇଛନ୍ତି। ଧୀରେ ଧୀରେ ସତ ସାମ୍ନାକୁ ଆସିବା ପରେ ପୁଲିସ ବାଲା ବି ଆଚମ୍ବିତ ହୋଇପଡିଥିଲେ। ଦିନେ ଜୟପୁରର ଝୋଟବାଡାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ନୁଆ ଶାଖା ଖୋଲିବାକୁ ଥାଏ। ମ୍ୟାନେଜରଙ୍କ ସମେତ ଅନ୍ୟ ୩ ଜଣ କର୍ମଚାରୀ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କର ଅନ୍ୟ କର୍ମଚାରୀ ପହଞ୍ଚିବା ପୂର୍ବରୁ ଦୁଇ ଜଣ ମୁଖା ପିନ୍ଧା ଡକାୟତ ହଠାତ୍ ବ୍ୟାଙ୍କତ ଭିରତକୁ ପଶି ଆସି ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏବଂ ଲୁଟପାଟ୍ କରିବାକୁ ଉଦ୍ୟମ କରିବା ବେଳେ ହଠାତ୍ ବ୍ୟାଙ୍କ୍ କ୍ୟାସିଅର୍ ଆସି ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଲୁଟେରାଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଲୁଟେରା ଫେରାର୍ ହୋଇଯାଇଥିଲେ। ପରେ ଧରାପଡିଥିବା ଲୁଟେରା ଜଣକ ଭରତ ସିଂ ମୀନା ବୋଲି ଜଣାପଡିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories