ଭୁବନେଶ୍ୱର: ବୁଧବାର ଦ୍ୱିତୀୟ କ୍ୱାର୍ଟର୍ର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା। ଉକ୍ତ ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପଭୋଗ କରିଥିଲେ। ମ୍ୟାଚ ପରେ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଷ୍ଟ୍ରେଲିଆର ଅଧିନାୟନ ଆରୋନ ଜେଲସ୍କିକୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।



